STORYMIRROR

Bharatabandhu Biswal

Others Children

4  

Bharatabandhu Biswal

Others Children

ରାକ୍ଷୀ ପିନ୍ଧିବେ ମୋ ବଡଠାକୁର

ରାକ୍ଷୀ ପିନ୍ଧିବେ ମୋ ବଡଠାକୁର

1 min
298


ତିଆରି ସରିଛି ବାସଙ୍ଗ ପାଟରେ

ଦିବ୍ଯ ବଡ ବଡ ରାକ୍ଷୀ

ପାଟରା ସେବକେ ସମର୍ପି ଗଲେଣି

ଗୁଆମାଳ ଯତ୍ନେ ଗୁନ୍ଥି ।

ଉତ୍ସାହେ ସିଂହାରି କରିବେ ସୁବେଶ

ମନ୍ତ୍ର ପାଠ ପୂଜାର୍ଚ୍ଚନା

ଭଉଣୀ ସୁଭଦ୍ରା ପିିନ୍ଧାଇବେ ରାକ୍ଷୀ 

କରିବେ ଭାତୃ ବନ୍ଦନା ।

ପ୍ରଭୁ ବଳରାମ ହଳ ଓ ମୂଷଳ

ଦିବ୍ଯ ଆୟୁଧକୁ ଧରି

ପାଳିବେ ଜନମ ଜୟନ୍ତୀ ଉତ୍ସବ 

ଖାଇ ଗହ୍ମାମଣ୍ଡା କ୍ଷିରୀ ।

ଲୀଳାମୟ ପ୍ରଭୁ ଶ୍ରୀଜଗତ ନାଥ

ଆଜି ଖୁସି ହସହସ

ଭାଇ ଭଉଣୀଙ୍କ ମନର ମିଳନେ

କ୍ଷରେ ଅମୃତ ନିର୍ଯ୍ୟାସ ।

ହେଉ ଜ୍ଯୋତିିର୍ମୟ ସ୍ବଧ୍ଯାୟ ଦର୍ଶନ

ଜୀବନ ଅମୃତମୟ

ଗୃହ ଶ୍ରୀମନ୍ଦିରେ ଝରୁ ସ୍ନେହସୁଧା

ବିଶ୍ବାସ ହେଉ ଅକ୍ଷୟ ।


Rate this content
Log in