Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ପିଲାଦିନର ଆଇମା କାହାଣୀ

ପିଲାଦିନର ଆଇମା କାହାଣୀ

1 min
352


କାଚକେନ୍ଦୁ ପଦୁଅଁ ପୋଖରୀ ପାଣି

ସାତତାଳ ପଙ୍କତଳେ ଗହୀରରେ ପୋତା ,

ପିଲାଦିନ ଆଇମାଆ କାହାଣୀରେ

ମରେନାହିଁ ଫୁଲଗଛ ସରେନାହିଁ କଥା ।


ସ୍ବପ୍ନ ରାଜକୁମାରୀଙ୍କୁ ପାଇବା ଆଶାରେ

ଆଖିରୁ ହଜଇ ନିଦ ରୁଚେନାହିଁ ଖାଦ୍ଯ, 

ଭ୍ରମି ଭ୍ରମି ଗହନ କାନନ ବନେ

ଗଣନ୍ତି ରାଜକୁମର ଅନେକ ପ୍ରମାଦ ।


ଲଭି ବର ଶୁଭାଶିଷ ଖଡଗ କଠଉ

ଦୁଃସାହସ ଅଭିଯାନ ଚାଲେ ଦିଗବିଜୟ ,

ପବନର ଗତି ଠାରୁ ଅଧିକ ବେଗରେ

ମନପବନ ତୁରଗ ଧାଏଁ ଅହରହ ।


ପଙ୍କତଳେ ମୁଦା ଏକ ସୁନାର ଫରୁଆ 

ଭିତରେ ତା ଅସୁରୁଣୀ ଜୀବନ ନାଟିକା ,

ଉଡିଗଲେ ଭିତରୁ ସେ କଳା ଭଅଁରଟା

ପ୍ରାଣଛାଡେ ବିକଟାଳ ଅସୁରୀ ଦୁର୍ଦ୍ଦାନ୍ତା ।


ସତସତ ଆଗତ କଥା ବଖାଣେ

ରାଜକୁମାରୀଙ୍କ ଆଗେ ପୋଷା ଶୁଆଶାରୀ ,

ପ୍ରାସାଦ ସମ୍ମୁଖେ କେନ୍ଦରା ବଜାଉଥିବା

ଯୋଗୀଟିକୁ ଦାସଦାସୀ ନେଇଯାନ୍ତି ଧରି ।


ଚାହୁଁ ଚାହୁଁ ବିତିଯାଏ ଦୁଃଖ ଦିନ

ସୁଖବେଳା ଜୀବନରେ ଆସିଥାଏ ଫେରି ,

ଆନନ୍ଦ ଉଲ୍ଲାସ ମନେ ନଅରକୁ

ଲେଉଟନ୍ତି ସ୍ବପ୍ନ ରାଜ କୁମର କୁମାରୀ ।

     


Rate this content
Log in

Similar oriya poem from Inspirational