Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ରାକ୍ଷୀ ଅଛି ସାକ୍ଷୀ

ରାକ୍ଷୀ ଅଛି ସାକ୍ଷୀ

1 min
392



ଭାରି ଭଲ ଲାଗେ ମୋ ଗେହ୍ଲି ଭଉଣୀ

ହାତେ ରାକ୍ଷୀ ବାନ୍ଧି ଦେଲେ

ତା ସୋହାଗ ଶ୍ରଦ୍ଧା ଲଭି ମୁଁ ନିଜକୁ

ଭାଗ୍ୟବାନ ମନେ କରେ ।


ମନାସେ ସେ ମୋର କୁଶଳ ମଙ୍ଗଳ 

ନିରାମୟ ସ୍ବାସ୍ଥ୍ୟ ଶାନ୍ତି

ଦେଖିଲେ ତାହାର ହସ ହସ ମୁହଁ

ଫୁଲି ଉଠେ ମୋର ଛାତି ।


ବାଛି ବାଛି ନିଜେ କିଣି ଆଣେ ରାକ୍ଷୀ

ଦେଖି ଲାଗିଯାଏ ଆଖି

ବନ୍ଦାପନା କରି ଅକ୍ଷତ ସୁମନ

ପକାଏ ମୁଣ୍ଡରେ ବିଞ୍ଚି ।


ଚନ୍ଦନ କୁଙ୍କୁମ ପିନ୍ଧାଏ ମଥାରେ

ପାଟିରେ ଖୁଆଏ ମିଠା

କହେ ହସି ହସି ଏଥର ଭେଟିବା

ମିଳିବ ନିଶ୍ଚିତ ମୋଟା ।


ମନ ଜାଣି ତାକୁ ଦେଲେ ଉପହାର 

ହୋଇଯାଏ ସିଏ ଖୁସି

କହେ ଭାଇ ମୋର କୋଟିରେ ଗୋଟିଏ 

ତାପରି କିଏ ସେ ଅଛି ।


ଭଉଣୀର ସ୍ନେହ ମୋ ପାଇଁ ଅମୂଲ୍ଯ 

ଭଉଣୀ ମୋ କୋଟି ନିଧି

ରାକ୍ଷୀ ଅଛି ସାକ୍ଷୀ ହେଲେ ଆବଶ୍ୟକ 

ଯମ ସହ ଯିବି ଯୁଝି ।

   


Rate this content
Log in

Similar oriya poem from Inspirational