STORYMIRROR

CHINMAYEE PRADHAN

Abstract Drama Romance

3  

CHINMAYEE PRADHAN

Abstract Drama Romance

ସପନର ଶେଷ

ସପନର ଶେଷ

1 min
212



କିଏ ଜାଣେ କେବେ ହେବ ଶେଷ! 

ସତରେ କଣ ତାର ଶେଷ ଅଛି? 

ନା ସେ ଅନନ୍ତ ଅଶେଷ.. 


ସେ ତ ସର୍ବବ୍ୟାପି

ସେ ସବୁଠି ଅଛି 

ସଭିଙ୍କ ଆଖିରେ ଅଛି। 


ସେ ଶିଶୁର ହସରେ ଅଛି 

ସେ କିଶୋର କିଶୋରୀଙ୍କ ଚପଳତାରେ ଅଛି 

ସେ ଯୁବକର ଉଦ୍ଦାମତାରେ ଅଛି। 


ସେ ଗୃହସ୍ଥର ଚିନ୍ତା ଓ ଚେତନାରେ ଅଛି 

ସେ ବୃଦ୍ଧର ଶେଷ

ନିଃଶ୍ବାସରେ ବି ଅଛି।


 ସେ ସ୍ବାମୀର ପ୍ରେମରେ ଅଛି 

ସେ ସ୍ତ୍ରୀର ଭକ୍ତିରେ ଅଛି 

ସେ ବାପାଙ୍କ ରାଗରେ ଅଛି

ସେ ମାଆର ଗାଳିରେ ଅଛି।


ସେ ଭାଇର ଦୁଷ୍ଟାମିରେ ଅଛି

ସେ ଭଉଣୀର ଅଭିମାନରେ ଅଛି

ସେ ଭାଉଜର ସ୍ନେହରେ ଅଛି।


ସେ ପ୍ରେମିକର ଭାବନାରେ ଅଛି

ସେ ପ୍ରେମିକାର କଳ୍ପନାରେ ଅଛି

ସେ ବିରହିର ବେଦନାରେ ଅଛି।


>

ସେ ଗରିବର ପଖାଳ କଂସାରେ ଅଛି

ତାର ଭଂଗା କୁଡିଆରେ ଅଛି

ସେ ଧନୀର ଖିରିପୁରିରେ ଅଛି

ତାର ଦ୍ବିତଳ ପ୍ରାସାଦରେ ଅଛି।


ସେ ମୂର୍ଖର ଅଜ୍ଞାତରେ ଅଛି

ସେ ଜ୍ଞାନୀର ଗାରିମାରେ ଅଛି

ସେ ପାଗଳର ପ୍ରଳାପରେ ଅଛି

ସେ ବିଜ୍ଞର ପ୍ରବଚନରେ ବି ଅଛି।


ସେ ପକ୍ଷୀର କାକଳିରେ ଅଛି

ତାର କଅଁଳ ଡେଣାରେ ଅଛି

ଦୂର ଗଗନେ ଉଡିବାର ଇଛାରେ ଅଛି।


ସେ ଭିଜାମାଟିର ବାସ୍ନାରେ ଅଛି 

ଆଷାଢ଼ର ପହିଲି ବର୍ଷାରେ ଅଛି 

ପ୍ରୀତିର ପହିଲି ପୁଲକରେ ଅଛି। 


ସେ ବସନ୍ତର ମଳୟରେ ଅଛି

ସେ ଗ୍ରୀଷ୍ମର ଝାଞ୍ଜିରେ ବି ଅଛି

ସେ ଶୀତସକାଳ ଶିଶିରରେ ଅଛି।

ସେ ବିଶ୍ବର ପ୍ରତି ସୃଷ୍ଟିରେ ଅଛି

ସେ ବ୍ରହ୍ମାଣ୍ଡର ସୃଷ୍ଟି ଆରମ୍ଭରୁ ଅଛି 

ସେ ଧ୍ବଂସ ପରେ ବି ଥିବ। 


ସପନ ତ ଅସରନ୍ତି 

ସପନର ଶେଷ କେବେ ହେଇନି କି ହେବ ବି ନାହିଁ।


Rate this content
Log in