Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Fantasy Inspirational Others

3  

Bharatabandhu Biswal

Fantasy Inspirational Others

ସପନର ଶେଷ

ସପନର ଶେଷ

1 min
133


ଜାଗ୍ରତେ ଚେତନ ଶୟନେ ସପନ

ମାନସ ଅବଚେତନ

ଛାୟାଚିତ୍ର ପ୍ରାୟେ ପ୍ରତ୍ୟକ୍ଷେ ଜୀବନ

ସକ୍ରିୟ ପ୍ରତିଫଳନ ।


ବାସ୍ତବ ନୁହଁଇ ଯଦିଓ ସପନ

ଅବଶ୍ୟ ପ୍ରଭାବଶାଳୀ

ହୋଇପାରେ ସତ୍ୟ ନିକଟ ଭବିଷ୍ୟେ

ସ୍ୱପ୍ନଫଳ ଯାଏ ଫଳି ।


ସହଜ ହୁଅଇ ଅସମ୍ଭବ କଥା

ମିଳେ ସମାଧାନ ସୂତ୍ର

କାବ୍ୟ କବିତାରେ କଳ୍ପନା ବିଳାସେ

ଭାବ ହୁଏ ଉଜାଗର ।


ମଣିଷ ଜୀବନେ ଜୀଇଥିଲା ଯାଏ

ସ୍ୱପ୍ନ ସହ ଭେଟଘାଟ

ଅତି ଆପଣାର ସୁଖ ଅବା ଦୁଃଖେ

ରହସ୍ୟ ସ୍ୱପ୍ନ ବୃତ୍ତାନ୍ତ ।


ଅନ୍ଧକାର କାରା ଲୈ।ହର ଶୃଙ୍ଖଳ

ମାନେନା ବାଧା ବନ୍ଧନ

ମୁକ୍ତି ର ଆନନ୍ଦ କରେ ଉଜ୍ଜୀବିତ

ସୁଚରିତ କୃଷ୍ଣ ସ୍ୱପ୍ନ ।


ମୃତ୍ୟୁ ପରେ ସ୍ୱପ୍ନ ଫୁଟେ ଫୁଲ ପରି

ଉଜ୍ଜ୍ୱଳ ଆକାଶ ତାରା

ସପନର ଶେଷ ହୁଏ ନାହିଁ କେବେ

ଦିଏ ନାହିଁ ସ୍ୱପ୍ନ ଧରା ।


Rate this content
Log in

Similar oriya poem from Fantasy