ସ୍ଵପ୍ନର ଭାରତ
ସ୍ଵପ୍ନର ଭାରତ
ସ୍ବପ୍ନର ଭାରତ
ଗାନ୍ଧି ତୁମେ ବନ୍ଦୀ ଆଜି
କେଉଁ କାରାଗାରେ,
ସ୍ବପ୍ନ ତୁମ ଭଗ୍ନରାଜି
ରାମ ରାଜ୍ୟ ଯାଇଛି ହଜି
ଆସୁରିକ ବଳୟରେ l
କାଟି ପିନ୍ଧ
କୁଟି ଖାଅ
ନୀତି ତୁମ
ଗଲାଣି ହଜି,
କି ହେବ
ଆଗକୁ କିଛି
ହେଉନି ବୁଝି,
ସ୍ୱର୍ଗ ରେ ଥାଇ
ମାର୍ଗ ଦେଖାଅ
ତୁମେ ଆମକୁ ଆଜି l
ଖରାପ ନ ଶୁଣି
ଖରାପ ନ ଦେଖି
ଖରାପ କଥା
ନ କହି କେବେ,
ସମାଜ ଗଠନ
କରିବ କିଏ !,
ଅହିଂସା ମନ୍ତ୍ର ରେ
ଅଭିମନ୍ତ୍ରିତ ତୁମ
ସ୍ବପ୍ନ ର ଭାରତ
ଗଢ଼ିବ କିଏ !
