Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Romance

3  

Prafulla Chandra Mishra

Romance

ସପନେ ସପନେ ଆସେ

ସପନେ ସପନେ ଆସେ

1 min
171



ଗୋକ୍ଷୀର ବରଣା ସଖୀ 

      ସପନେ ସପନେ ଆସେ

ରାତି ସାରା ମୋ କୁଟୀର

       ରଜନୀଗନ୍ଧା ର ବାସେ

   ଭିଜେଇ ଦେଉଛି ମନ

ଅମୀୟ ପ୍ରଣୟ ରସେ, ଗୋକ୍ଷୀର ବରଣା ।


ନୀଳ ଝୀନ ବାସେ ବେଶ

      ନିନ୍ଦଇ ଯୋଜଛନା ଝସ

ପଦ୍ମ ରାଗ ତା ଲପନ

       ଗତି ତା’ର ରାଜହଂସ

   ବିନିଦ୍ର ରଜନୀ ରଙ୍ଗେ

ପ୍ରଣୟ ରସେ ବିଳସେ, ଗୋକ୍ଷୀର ବରଣା ।


ନୀଳ ନୟନା ଚତୁରୀ 

     ସୁଧର୍ମା ସଭା ଅପ୍ଷରୀ

ସମାନ ବିଭାସେ ରଙ୍ଗେ

   କରେ କେତେ ପ୍ରେମ କେଳୀ

  ମନ ଚହଲି ଉଠଇ

ତାର ଖିଲି ଖିଲି ହସେ,ଗୋକ୍ଷୀର ବରଣା ।


ସରଗର ନୀଳ ପରୀ

      ନିନ୍ଦଇ ରୂପ ତାହାରି

କାମ କଳା କଉତୁକୀ

     ନିପୁଣା ସେହି ସୁନ୍ଦରୀ

   ଆନମନା ହୁଏ ମନ

ଆଜି ଏହି ପରବାସେ, ଗୋକ୍ଷୀର ବରଣା ।


ସପନେ ବିତିଲା ରାତି

      ପ୍ରଭାତେ ନିଦ ବିରତି

ତେଜି ମୁଁ ଶେଜ ସୁପାତି

     ମନ ଖୋଜେ ପ୍ରୀୟବତୀ

  ସେ ନୀଳ ନୟନା ପରୀ

ନିଦ୍ରିତ ନିଶାର୍ଦ୍ଧେ ଆସେ, ଗୋକ୍ଷୀର ଵରଣା ।





Rate this content
Log in

Similar oriya poem from Romance