STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ସ୍ଵପ୍ନ

ସ୍ଵପ୍ନ

1 min
385

 ସୁନ୍ଦର କରି ଗଢିବା

 ଆମ ଏ ଦେଶକୁ

 ସୁନ୍ଦର କରି ଗଢିବା

 ଆମ ଏ ପରିବେଶକୁ

 ସୁନ୍ଦର କରିବା ଆମ

 ଗାଁ ମାଟି ମା ମାଟିର ମନ

 ଏସବୁ କୁ ନେଇ

 ସଫଳ କରିବା ଆମ ସ୍ଵପ୍ନ ।


 ପରିବାରକୁ ଗଢିବା ସୁନ୍ଦର କରି

 ପଡୋଶୀ ସହ 

ମଜଭୁତ କରିବା ଆସ ସମ୍ପର୍କର ଡୋରୀ

 ପରକୁ ଆପଣେଇବାରେ

 ଦେବା ଆସ ସଭିଏଁ ଧ୍ୟାନ

 ଉଚ୍ଚ ନୀଚ୍ଚର ଭେଦଭାବକୁ

 କରିଦେବା ମନୁ ହୃଦୁ ଗୌଣ

 ଉଚ୍ଚ କରିବା ଆମ ମନ

 ସ୍ଵାଧୀନ ଭାରତର

 ବଢାଇବା ମାନ

 ପୂରଣ କରିବା ଆସ ଆମ ସ୍ଵପ୍ନ ।


  ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ

  ଆମେ ସଭିଏଁ ଭାରତ ସନ୍ତାନ

  ସମ୍ମାନ କରିବା ଆସ

  ଆମେ ଆମ ସମ୍ବିଧାନ

  ଜାତୀୟ ପତାକା

  ଜାତିର ଏକତା

  ଆମ ପାଇଁ ଅଟେ ବିଷୟ ମହତ୍ତ୍ୱପୂର୍ଣ୍ଣ

  ନୀତି ଆଦର୍ଶରେ ବଞ୍ଚିବା ଚାଲ

  ଶିକ୍ଷା ସ୍ଵାସ୍ଥ୍ୟ କୃଷି ଶିଳ୍ପ ଆଦିର

  ବିକାଶରେ ଦେଇ ଧ୍ୟାନ

  ସାକାର କରିବା ଚାଲ ଭାଇ

  ଆମେ ଆମ ସ୍ଵପ୍ନ ।


  ଅଧିକାର ଠାରୁ କର୍ତ୍ତବ୍ୟରେ

  ଚାଲ ଭାଇ ଚାଲ ହୋଇବା ଲୀନ

  ମାଟି ମା'ର ସମ୍ମାନକୁ

  କରିବାନି କ୍ଷୁର୍ଣ୍ଣ

  ଦେଶ ବିକାଶରେ

  ସମାଜ ବିକାଶରେ

  ଆମେ ନିଜକୁ ସଭିଏଁ କରିବା ନିୟୋଜନ

  ତେବେ ଯାଇ ଏ ମାଟି ମାଆର

  ପରିପୂର୍ଣ୍ଣ ହେବ ସ୍ଵପ୍ନ ।


  ନିଜେ ବଞ୍ଚିବା ପାଇଁ କେବଳ ନୁହେଁ

  ସାମୂହିକ ଉନ୍ନତି ଓ ପ୍ରଗତିରେ

  ଏ ଦେଶ ଏ ଜାତିର ହେବ

  ଉନ୍ନତି ସାଧନ

  ସମଗ୍ର ମାନବ ଜାତିର ବିକାଶ

  ସମଗ୍ର ଜୀବ ଜଗତର 

  ପରିପ୍ରକାଶ ହିଁ ଆମ ଲକ୍ଷ୍ୟ ଟି ଜାଣ

  ସ୍ଵାର୍ଥ ଅର୍ଥ କ୍ଷମତା ଠୁ ଉର୍ଦ୍ଧ୍ଵକୁ ଯାଇ

  ମାନବ ସମ୍ବଳର ପ୍ରଗତିରେ

  ଏ ମାନବ ଜାତି ପାଇବ ମୁକ୍ତି ଓ ମାନ

  ଏ ସବୁରେ ଚାଲ ଦେବାରେ ଧ୍ୟାନ

  ତେବେ ଏ ମଣିଷ ଜାତିର

  ଏ ସମଗ୍ର ବିଶ୍ଵ ସମାଜରେ

  ନିଶ୍ଚେ ଆସିବ ପରିବର୍ତ୍ତନ

  ତେବେ ଯାଇ ଫଳପ୍ରଦ ହେବ

  ଆମ ମାନବ ଜାତିର ସ୍ଵପ୍ନ ।


Rate this content
Log in

Similar oriya poem from Abstract