ସପନ
ସପନ
ସପନ ଟା ପରା ପ୍ରୀତି ଖୁସିଭରା
ପ୍ରିୟତମl ତୁମ ସାଥେ
ସପନ ଭାଙ୍ଗିଲେ ତୁମରି ସ୍ମୃତିକୁ
ମନ ଖାଲି ଝୁରୁ ଥାଏ ।
ମୋ କବି ମନ ଟା ତୁମେ ଖୋଜୁଥାଏ
କହି ବାକୁ ମନ କଥା
ତୁମେ ନମିଳିଲେ ମୁଁ ମନ ଦୁଃଖରେ
ଲେଖେ ମୋ ପ୍ରୀତି କବିତା ।
ସେଇ କବିତାରେ ତୁମେ ଫୁଣି ଫେର
ମୋ ମନ ରେ ଛବି ହୋଇ
ପାଖେ ନଥିଲେବି ତୁମ ସ୍ମୃତି ଆସି
ଯାଏ ମୋ ହୃଦୟ ଛୁଇଁ ।
ଶୀତଳ ସ୍ନେହରେ ମନ ଭିଜି ଯାଏ
ଗଲା ଦିନ କଥା ଭାବି
ଆସ ବା ନ ଆସ ସତରେ ସପନେ
ତୁମ ସ୍ମୃତିରେ ମୁଁ କବି ।

