STORYMIRROR

Trushna Das

Inspirational Others

2  

Trushna Das

Inspirational Others

ସପନ

ସପନ

1 min
156

ସପନ ଦେଖିବା ଭଲ

ଧାର୍ଯ୍ୟ କରି ହେବ ନାହିଁ ଜୀବନର ଲକ୍ଷ୍ୟ ପଥ

ନ ଦେଖିଲେ ସପନ। 


ଦେଖିଲେ ସପନ

ହାରିଲା ପରେ ବି ମନରେ 

ସୃଷ୍ଟି ହୁଏ ବଞ୍ଚିବାର ଆଶା ନୂତନ

ପୁରଣ କଲେ ସପନ 

ଆଉଥରେ ଜୀବନ ଭରପୁର ହୋଇଯାଏ ଆନନ୍ଦ ଉଲ୍ଲାସରେ।


ଦେଖ ଦିବା ସପନ

ଯାହା ତୁମେ ନିଜେ କରି ପାରିବ ପୂରଣ

ଅନ୍ୟ ଉପରେ କରି ଭରଷା

ଦେଖି ସପନ ରଖିଲେ ଆଶା

ହୋଇବ ତୁମେ ନିଜେ ନିରାଶା 

ଯେତେବେଳେ ସେ ଭାଙ୍ଗି ଦେଇ ତୁମ ସପନ 

ଅନ୍ୟ କାହା ସହ ପୂରଣ କରିବ

ନିଜ ସପନ। 


ସପନରେ ରଖ ଏମିତି ଆଶା

ପୂରଣ ହୋଇଲେ ତୁମ ଅଭିଳାଷ

ନ ଥିବ ତୁମ ଜୀବନରେ ଅବଶୋଷ

ଅନ୍ୟମାନେ କରୁଥିବେ ତୁମକୁ ଈର୍ଷା।


Rate this content
Log in

Similar oriya poem from Inspirational