STORYMIRROR

Santosh Kumar Nayak

Romance Fantasy Others

4  

Santosh Kumar Nayak

Romance Fantasy Others

ସ୍ଵପ୍ନ ସୁନ୍ଦରୀ

ସ୍ଵପ୍ନ ସୁନ୍ଦରୀ

1 min
44

🌻🌼ସ୍ଵପ୍ନ ସୁନ୍ଦରୀ 🌼🌻


ଆଖି ବୁଜିଦେଲେ ପାଖେଇ ଆସେ ସେ

ଆଖି ଖୋଲିଦେଲେ ନାହିଁ,

ଛୁଇଁବାକୁ ଯେବେ ବଢ଼ାଏ ମୁଁ ହାତ

ଚାଲିଯାଏ ଦୂରେ ଧାଇଁ ;

ମାନବୀ ନା ସିଏ ପରୀ,

ନା ବିଧାତାର ହାତେ ଗଢା ମୂରତି ଟେ

ନା ଖାଲି ସ୍ଵପ୍ନ ସୁନ୍ଦରୀ?


ଆଇନାରେ ଯେବେ ଦେଖେ ନିଜ ମୁହଁ

ଦିଶିଯାଏ ତାର ଛାଇ,

ହସି ହସି ମୋତେ ହାତ ଠାରି ଡାକେ

ଚାଲିଯାଏ ଦୂରେ ଧାଇଁ;

ଝିଅ ନା ସେ ଅପସରୀ,

ନା ଚିତ୍ରକର ହାତେ ଅଙ୍କା ଛବି ଗୋଟେ 

ନା ଖାଲି ସ୍ଵପ୍ନ ସୁନ୍ଦରୀ।


ରାତି ଆକାଶରେ ଜହ୍ନରୁ ଓହ୍ଲେଇ

ଚୁପି ଚୁପି ଆସେ ସେଇ,

ନିଦ ଭାଙ୍ଗିଦେଇ ପ୍ରେମରେ ଭିଜେଇ 

ଚାଲିଯାଏ ଦୂରେ ଧାଇଁ ;

ଚାନ୍ଦିନୀ ନା ରୂପା ଜରି 

ନା କବିର କଲମେ ଲେଖା କବିତା ଟେ

ନା ଖାଲି ସ୍ଵପ୍ନ ସୁନ୍ଦରୀ।



Rate this content
Log in

Similar oriya poem from Romance