ସ୍ଵପ୍ନ ପରି କିଛି ଅନୁଭବ
ସ୍ଵପ୍ନ ପରି କିଛି ଅନୁଭବ
ସ୍ଵପ୍ନ- ଏକ କଳ୍ପନା.........ଏକ ସମ୍ଭାବନା
ଏକ ଯନ୍ତ୍ରଣା.........କେବେ ମନ୍ତ୍ରଣା
ଏକ ବିଳାପ........ପୁଣି ପ୍ରଳାପ
ଏକ ଉଚ୍ଚାଟନ.......ଏକ ଆଲୋଡନ |
ସ୍ଵପ୍ନ- ଏକ ସମ୍ମୋହନ.....ଏକ ଆକର୍ଷଣ
ଏକ ହୁତାଶନ.....ଏକ ଜ୍ଵଳନ
ଏକ ଉଚ୍ଚାଟନ........ଏକ ଆଲୋଡନ
ଏକ ଆବେଦନ.....ଏକ ସମାଗମ |
ସ୍ଵପ୍ନ- ଏକ ପିପାସା........ଏକ ଜୁଗୁପ୍ସା
ଏକ ଜିଜ୍ଞାସା........ଏକ ଜିଗୀଷ|
ଏକ ବୁଭୁତ୍ସା........କେବେ ନିରାଶା
ଏକ ଜିଗୀପ୍ସା.....ଏକ ପୂର୍ଣ୍ଣ ଆଶା |
ସ୍ଵପ୍ନ- ଏକ କବିତା........ଏକ ତଲ୍ଲିନତା
ଏକ ସରଳତା........ପୁଣି ବହୁଳତା
ଏକ ଆବେଗ .......ଏକ ସଂବେଗ
ଏକ ଅନୁଭବ.....ଏକ ଆରମ୍ଭ...ଏକ ସମ୍ଭବ |