ସପନ ବଣିକ
ସପନ ବଣିକ
ସପନ ସୁନ୍ଦରୀ ସପନରେ ଆସି
କହିଯାଏ କାନେ କାନେ
ସବୁ ରାତି ତୁମ ସପନେ ଆସିବି
ଯିବା ପାଇଁ କୁଞ୍ଜବନେ ॥
ନିଦ ଭାଙ୍ଗିଗଲେ ସପନର ଦେଖା
ସପନରେ ରହିଯାଏ
ଛବି ଦେଖି ତାର ପାଗଳ ପରିକା
ମୁଁ ଟିକେ ହସୁ ଥାଏ ॥
ହସ ମୋର ଦେଖି କୁହନ୍ତି ସଭିଏଁ
ସପନ ବଣିକଟିଏ
ସପନେ ସପନେ ତୁମକୁ ଗୋ ପ୍ରିୟା
ମୁଁ କେତେ ଭଲପାଏ ॥