STORYMIRROR

jagabandhu sahu

Others

3  

jagabandhu sahu

Others

ଗୁରୁ ଦିବସ

ଗୁରୁ ଦିବସ

1 min
214



ସଂସାର ସାଗରେ ଦ୍ବିତୀୟ ଇଶ୍ବର

   ଗୁରୁ ତୁମେ ପୂଜନୀୟ

ତୁମ ପାଦ ପଦ୍ମେ ଲୋଡୁଛି ଗୁରୁଜୀ

   ମୁଁ ଯେ ଟିକିଏ ଆଶ୍ରୟ


ଆଶାକୁ ବାନ୍ଧିଛି    ମନରେ ମୋହର

   ପାଇବି ତୁମଠୁ ଜ୍ଞାନ

ସେଇ ଜ୍ଞାନ ବଳେ ଏଇ ସଂସାରରେ

    ଅର୍ଜିବି ଯଶ ସୁନାମ


ଗୁରୁଜୀ ହେ ତୁମେ ହାତ ମୋର ଧରି

    ବିଦ୍ଯା ଯେ ଦେଲ ଶିଖାଇ

ଜ୍ଞାନ ବିଜ୍ଞାନର  କଥା ସବୁ ଏବେ

     ଦିଅନ୍ତୁ ମୋତେ ବତାଇ


ଏଇ ସଂସାରରେ  ଗୁରୁଜୀ ହେ ତୁମ

    ଦାନ ଯେ ଅତୁଳନୀୟ

ଯେତେ ବଖାଣିଲେ ତୁମ ଯଶ କୀର୍ତ୍ତି

    ହେବ ନାହିଁ ତାର ଶେଷ


Rate this content
Log in