Happy Hug Day
Happy Hug Day
ଗୋଲାପଟା ମୋର ମଉଳି ପଡିଲା
ପ୍ରପୋଜଟା ଗଲା ଫାଟି
ଚକେଲେଟ ମୋର ଖାଇଦେଲା ସିଏ
ଦେଲା ନାହିଁ ମନ ଗୋଟି
ପ୍ରମିସ୍ ଦିନରେ ପ୍ରେମ ହଜିଗଲା
ଜହ୍ନ ରାଇଜରେ ଫସି
କଣ୍ଢେଇକୁ ନେଇ ଭଣ୍ଡେଇ ସେ ଦେଲା
ଭାବୁଛି ଏକେଲା ବସି
ଯାହା ହେବା କଥା ହେଲା ହୋ ବାଇନ
ଭାବି କିଛି ଲାଭ ନାହିଁ
କୁଣ୍ଢାକୁଣ୍ଢି ଆଜି ଦିବସ ଆସିଛି
ବିଳମ୍ବ ଆଉ କି ପାଇଁ
ସୁକୁଟି ସାହୁଟା ମେସେଜ୍ କଲାଣି
ହାଏ ମାଇଁ ଡିୟର୍
ପଟେଇବା ପାଇଁ କରି ନେଲି ସ୍ଥିର
ହେବାକୁ ପ୍ରେମିକ ପିୟର୍
ସାଙ୍ଗେ ସାଙ୍ଗେ ତାକୁ ରିପ୍ଲାଇରେ ଦେଲି
କଣ କରୁଛ ବେବି
ଫାଙ୍କା ଯଦି ଅଛ କୁହ ଗୋ ସୁନ୍ଦରୀ
ବୁଲେଇ ତୁମକୁ ନେବି
ଶୁଣି ମୋର କଥା କରିଲା ସେ ଚିନ୍ତା
କହିଲା ହେଇଟି ହେଉ
ରଙ୍ଗେଇଲୁଣ୍ଡାକୁ ଯିବା ଦୁହେଁ ବୁଲି
ଚିନ୍ତା କର ନାହିଁ ଆଉ
ଫଟଫଟିଆକୁ ନେଇକି ତା ଆଗେ
ହୋଇଗଲି ମୁହିଁ ହାଜର
ଫାଙ୍କା ଜାଗା ଦେଖି କୁଣ୍ଢାକୁଣ୍ଢି ହେଲୁ
ବୁଲିଲୁ ପ୍ରେମ ବଜାର
ଦହିବରା ସାଥେ ଗୁପ୍ ଚୁପ୍ ଖାଇ
ଦେଖିଲୁ ମେଟିନି ସୋ
ଖୁସିରେ ଏ'ମନ ଗାଉଥିଲା ଟିକେ
କୁଞ୍ଚୁମ୍ କୁଞ୍ଚୁମ୍ ପୋ
