STORYMIRROR

jagabandhu sahu

Comedy

3  

jagabandhu sahu

Comedy

Happy Hug Day

Happy Hug Day

1 min
171

ଗୋଲାପଟା ମୋର  ମଉଳି ପଡିଲା

    ପ୍ରପୋଜଟା ଗଲା ଫାଟି

ଚକେଲେଟ ମୋର ଖାଇଦେଲା ସିଏ

   ଦେଲା ନାହିଁ ମନ ଗୋଟି


ପ୍ରମିସ୍ ଦିନରେ  ପ୍ରେମ ହଜିଗଲା

     ଜହ୍ନ ରାଇଜରେ ଫସି

କଣ୍ଢେଇକୁ ନେଇ ଭଣ୍ଡେଇ ସେ ଦେଲା

    ଭାବୁଛି ଏକେଲା ବସି


ଯାହା ହେବା କଥା ହେଲା ହୋ ବାଇନ

   ଭାବି କିଛି ଲାଭ ନାହିଁ

କୁଣ୍ଢାକୁଣ୍ଢି ଆଜି  ଦିବସ ଆସିଛି

    ବିଳମ୍ବ ଆଉ କି ପାଇଁ


ସୁକୁଟି ସାହୁଟା ମେସେଜ୍ କଲାଣି

    ହାଏ ମାଇଁ ଡିୟର୍

ପଟେଇବା ପାଇଁ  କରି ନେଲି ସ୍ଥିର

   ହେବାକୁ ପ୍ରେମିକ ପିୟର୍ 


ସାଙ୍ଗେ ସାଙ୍ଗେ ତାକୁ ରିପ୍ଲାଇରେ ଦେଲି

     କଣ କରୁଛ ବେବି

ଫାଙ୍କା ଯଦି ଅଛ କୁହ ଗୋ ସୁନ୍ଦରୀ

   ବୁଲେଇ ତୁମକୁ ନେବି


ଶୁଣି ମୋର କଥା କରିଲା ସେ ଚିନ୍ତା

    କହିଲା ହେଇଟି ହେଉ

ରଙ୍ଗେଇଲୁଣ୍ଡାକୁ ଯିବା ଦୁହେଁ ବୁଲି

    ଚିନ୍ତା କର ନାହିଁ ଆଉ


ଫଟଫଟିଆକୁ ନେଇକି ତା ଆଗେ

    ହୋଇଗଲି ମୁହିଁ ହାଜର

ଫାଙ୍କା ଜାଗା ଦେଖି କୁଣ୍ଢାକୁଣ୍ଢି ହେଲୁ

    ବୁଲିଲୁ ପ୍ରେମ ବଜାର


ଦହିବରା ସାଥେ  ଗୁପ୍ ଚୁପ୍ ଖାଇ

   ଦେଖିଲୁ ମେଟିନି ସୋ 

ଖୁସିରେ ଏ'ମନ ଗାଉଥିଲା ଟିକେ 

   କୁଞ୍ଚୁମ୍ କୁଞ୍ଚୁମ୍ ପୋ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ

Similar oriya poem from Comedy