ଶ୍ରୀକୃଷ୍ଣ
ଶ୍ରୀକୃଷ୍ଣ
ଯାହାର ଜୀବନ ରୂପକ
ଡଙ୍ଗା ରେ ନାଉରୀ ଶ୍ରୀକୃଷ୍ଣ ସ୍ୱୟଂ
ରହିଥାନ୍ତି ତାର ଡଙ୍ଗା ଯେତେ
ଝଡ,ବର୍ଷା ଆସିଲେ ମଧ୍ୟ ବୁଡି ନଥାଏ
ମନର ଅକୁହା ଅବ୍ୟକ୍ତ ଭାବନା
ବୁଝେ ଯଦି ଆନ ମନ ,
ହୃଦୟ ସାଥିରେ ହୃଦୟ ମିଶିଯାଏ
ବନ୍ଧୁତା ହୁଏ ସ୍ଥାପନ ,
ଅତ୍ମୀୟତା ଆଉ ଆନ୍ତରିକତାରେ
ବନ୍ଧୁ ର ବନ୍ଧନ ହୁଏ ସୁଦୃଢ ,
ଭାଙ୍ଗେ ନାହିଁ କେବେ ସୁନ୍ଦର ସଂପର୍କ
ଆସିଲେ ଅଦିନ ଝଡ,
ଜୀବନ ପଥରେ ଅନେକ ଦିଗରେ
ବନ୍ଧୁଯେ ହୁଅନ୍ତି ଭେଟ ,
କା ସାଥେ କେମିତି ଚାଲିବାକୁ ହୁଏ
ଖୋଜିବାକୁ ପଡେ ବାଟ ,
ସୁଖଃ ରେ ଦୁଃଖ ରେ ରହେ ଯେ ସାଥିରେ
ସେ ହିଁ ପ୍ରକୃତ ବନ୍ଧୁ
ସେ ଥିଲେ ସାଥିରେ ଡେଇଁ ହୁଏ ସତେ
ତେର ନଇଁ ସାତ ସିନ୍ଧୁ ,
ସ୍ୱାର୍ଥ ନଥାଏ ଟି ଯେଉଁ ସମ୍ପର୍କ ରେ
ମାଣିକ ଠୁ ମୂଲ୍ୟବାନ ,
ସେ ସମ୍ପର୍କ କେବେ ମଳିନ ପଡେନି
ରହିଥାଏ ଚିରଦିନ ।

