ଗ୍ରୀଷ୍ମ ଆଗମନେ
ଗ୍ରୀଷ୍ମ ଆଗମନେ
1 min
9
ବସନ୍ତର ଶେଷେ ଗ୍ରୀଷ୍ମର ଆରମ୍ଭେ
ହୋଇଥାଏ ଟାଣ ଖରା
ଋତୁ ଚକ୍ରର ଏ ପରିବର୍ତ୍ତନରେ
ଉତ୍ତପ୍ତ ହୁଅଇ ଧରା
ସୁଖି ଯାଇଥାଏ ଗାଡ଼ିଆ ପୋଖରୀ
ନଦୀର ଯେ ସ୍ରୋତ ଧାର
ଜନ ଜୀବନଟା ହନ୍ତସନ୍ତ ହୁଏ
ଉତ୍ତପ୍ତ ଭରା ଶରୀର
ବହିଥାଏ ପୁଣି ଝାଳ ଗମ ଗମ
ବହଇ ଝାଞ୍ଜି ପବନ
ତାତି ଯାଇଥାଏ ସଡ଼କ ପଥ ଯେ
ବିଚଳିତ ହୁଏ ମନ
ଘର ପୋଡ଼ି ହୁଏ ବନ ପୋଡ଼ି ହୁଏ
ଗ୍ରୀଷ୍ମର ଏ ପ୍ରଭାବରେ
ଅଂଶୁଘାତ ପରି ରୋଗଟି ଯେ ପୁଣି
ହୁଏ ଏହି ସମୟରେ
ନ ବାହାର ବନ୍ଧୁ ଟାଣ ଖରାକୁ ଯେ
ସୁରକ୍ଷିତ ରୁହ ଘରେ
ସଚେତନ ହେଲେ ଭୟ ଯେ ନଥିବ
ଏଇ ଆମ ଜୀବନରେ