ଗ୍ରୀଷ୍ମ କାଳ ମଜା
ଗ୍ରୀଷ୍ମ କାଳ ମଜା
1 min
7
ସବୁ ଋତୁ ଠାରୁ ଗ୍ରୀଷ୍ମ ଋତୁ ମଜା
ନିଆରା ବନ୍ଧୁ ଟିକିଏ
ନଦୀ ପୋଖରୀରେ ମସ୍ତି କରିଥାନ୍ତି
ପିଲାଠୁ ଭେଣ୍ଡା ସଭିଏଁ
ଦିନ ଦିପହରେ ଆମ୍ବ ତୋଟା ମାଳେ
ପିଲାଙ୍କର ଖେଳ କୁଦ
ମହ ମହ ବାସେ ଆମ୍ବ ଓ ପଣସ
କେତେ ମଧୁର ତା ସ୍ବାଦ
ବହିଥାଏ ପୁଣି ଝାଞ୍ଜି ପବନ ଯେ
ଝାଳବହେ ଗମ ଗମ
ବାଟୋଇଟି ଲୋଡ଼େ ଗଛ ଛାଇଟିକେ
ନେବାକୁ ଟିକେ ବିଶ୍ରାମ
ଆମ୍ବ ଡାଳେ ବସି କୋଇଲିଟା ଗାଏ
କୁହୁ କୁହୁ ମିଠା ଗୀତ
ଗାଆଁରେ ଶୁଭଇ ଯୋଡି ମହୁରୀ ଯେ
ଆଗମନ କରେ ମିତ
ଭୋଜି ଭାତ ସାଙ୍ଗେ ନାଚ ଗୀତ ହୁଏ
ବନ୍ଧୁ ବାନ୍ଧବୀଙ୍କ ଭେଟ
ହସ ହସ ମୁଖ ଥାଏ ଯେ ସବୁରି
ରାତିଟି ଲାଗଇ ଛୋଟ