ସଫଳତାର ସୂତ୍ର
ସଫଳତାର ସୂତ୍ର
କେବଳ ସ୍ବପ୍ନ ଦେଖିଲେକି ତୁହି ହେବୁ ସଫଳ
ନିରନ୍ତର ଚେଷ୍ଟା କର ଦେହରୁ ନିଗାଡ଼ି ଝାଳ l
ହେଲେ ତୁ ବିଫଳ ଭାଙ୍ଗି ପଡି ବୁନି
ପଳାୟନ ପନ୍ଥୀ ପରାୟେ ବସିବୁନି ପରାଜୟ ମାନି
ଲକ୍ଷ୍ୟ ରୁ ତୋହର ହେବୁ ନାହିଁ ଭ୍ରଷ୍ଟ
ସଫଳତା ଲଭିବୁ ଦିନେ କରୁଥିଲେ ତୁହି କଷ୍ଟ l
ଲକ୍ଷ୍ୟ କରି ସ୍ଥିର ଗମୁଥିବୁ ସତ ପଥେ
ବାଧା ବିଘ୍ନ ସବୁ ଏଡେଇ ଚାଲିବୁ ପାଦେ l
ପୁଷ୍ପ ଭରା ପଥ ଏତ ନୁହେଁ କେବଳ
କଣ୍ଟକିତ ପଥ ଅତିକ୍ରାନ୍ତ କରି ହେବୁ ସଫଳ l
ଧର୍ଯ୍ୟ କୁ କରିବୁ ମୂଳ ଅସ୍ତ୍ର ତୋର
ସଫଳତା ନିଶ୍ଚେ ଲଭିବୁ ତୋହରି କରେ l
