Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ସଫଳତାର ଚାବିକାଠି

ସଫଳତାର ଚାବିକାଠି

1 min
145



ସଫଳତାର ଚାବିକାଠି ।

ଦେଖ ରଖିଛି ମୁଁ ଏଇଠି ।

ଉଦ୍ୟମ ବଳେ କାର୍ଯ୍ଯ ସିଦ୍ଧି ।

ଉଦ୍ୟମ ବିହୀନେ ଅସିଦ୍ଧି ।

ଉଦ୍ୟମ ବିନା ମନୋରଥେ।

କାର୍ଯ୍ଯ କି ସିଦ୍ଧି ଏ ଜଗତେ ?

ସିଂହଟି ଯଦି ଶୋଇଥିବ ।

ତା ମୁଖେ ମୃଗ କି ପଶିବ ?

ଈଶ୍ବର ସଭିଙ୍କ ଅନ୍ତରେ ।

ବାସ କରନ୍ତି ନିରନ୍ତରେ ।

ନିତ୍ୟ ନିବାସ ହୃଦେ ହରି ।

ଅନ୍ତରଯାମୀ ଦଇତାରି ।

ଜାଣନ୍ତି ସଭିଙ୍କ ଅନ୍ତର ।

ସେ ନିଜେ ଶରଣ ସୋଦର।

ଜାଗ୍ରତ ସୁଷୁପ୍ତି ଚେତନେ ।

ହେଉ ଅଥବା ଅଚେତନେ ।

ସ୍ମରଣ କଲେ ନାରାୟଣ ।

ସେ ହେବେ ଶରଣ ରକ୍ଷଣ ।

ହୃଦେ ସେ ହୋଇଲେ ଜାଗ୍ରତ ।

ତୋତେ ସେ ହୋଇବେ ପ୍ରାପତ।

ସଫଳତା ତୋ ପାଦତଳେ ।

ଆସି ମିଳିବ ତତକାଳେ  ।

ମନ ମୋହର ବୋଲ କର। 

ଏ ସଫଳତା ଚାବି ଧର ।


Rate this content
Log in

Similar oriya poem from Inspirational