STORYMIRROR

Chittaranjan Nanda

Abstract Inspirational Others

3  

Chittaranjan Nanda

Abstract Inspirational Others

ସଫଳତାର ଚାବିକାଠି

ସଫଳତାର ଚାବିକାଠି

1 min
123


ଏହା ସ୍ୱାଭାବିକ, ମନରେ ମଣିଷର ଆସେ  

ସଫଳତା ସାଉଁଟିବାକୁ 

ସ୍ବଚ୍ଛତାର ପଥରେ ନିନ୍ଦିତ ହେବନି ଅପବାଦ 

ମିଳିବନି ସେହି ମନୁଷ୍ୟକୁ |


ସଫଳତା ଲୋଡୁଥିବା ବ୍ୟକ୍ତିତ୍ବମାନେ ପ୍ରଥମେ  

ଭଲପାଅ ସ୍ବଚ୍ଛତାକୁ

ଗରବେ ମନମାନିପଣିଆ ନକରି, ଅଭିଜ୍ଞତାରୁ 

ଶିଖିବା ଛାଡି ନିର୍ବୋଧତାକୁ |


ଯୋଗ୍ୟତା ସ୍ବଚ୍ଛତା ନାହିଁ, ଶୀର୍ଷରେ ପହଞ୍ଚି 

ପାର କୌଣସି ପଦବୀରେ

ମନରେ ଶାନ୍ତି ସାଉଁଟି ହୁଏନି, ଉପରକୁ 

ମିଛ ବାହାବା ନେବାରେ |


ସଫଳତା ନୁହେଁ ଅନ୍ୟ କାନ୍ଧରେ ବନ୍ଧୁକ 

ରଖି ଗୁଳି ଫୁଟାଇଲେ 

ଖାଲି ନିଜେ ନିଜେ ଗର୍ବିତ ହୋଇପାର 

ସେପରି ସଫଳତା ମିଳିଗଲେ |


ନିଜ ଭୁଲ୍ କୁ ସଦା ସମୀକ୍ଷା କରିବାକୁ 

ଯେଉଁ ମଣିଷ ଭଲପାଏ

ନିଜ ସମୀକ୍ଷାରୁ ଶିଖିପାରେ ସଦା, ଏହା 

ସଫଳତାର ଚାବିକାଠିଟିଏ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract