STORYMIRROR

Manaswini Dash

Inspirational

3  

Manaswini Dash

Inspirational

ସଫଳତା

ସଫଳତା

1 min
231

ସାଧନାରୁ ସିଦ୍ଧି ପୁଣି ଧୌର୍ଯ୍ୟରୁ ସଫଳତାର ଯାତ୍ରା 

ଶୁଣିଥିଲି ଖୁବ ଦୁଃସାଧ୍ୟ, ବିସ୍ମୟର ଏକ ଅଭିଯାନ 

ଲୋଡ଼ା ଥାଏ ଆତ୍ମବିଶ୍ୱାସର ଏକ ପ୍ରସାରିତ ସିନ୍ଧୁ 

ଏବଂ ବିଭୁକୃପାର ଏକ ବିରାଟ ଅଂଶ 

କେବଳ ସ୍ୱପ୍ନରେ ନଥାଏ ସେହି ବାଂଛିତ ଶବ୍ଦର ମାଦକତା 

କାରଣ ତାପାଇଁ ତ ରଚିବାକୁ ହୁଏ ଅନେକ ସଂଘର୍ଷର କାହାଣୀ 

ଆଉ ଦୃଢ ସଂକଳ୍ପର ଅଭଙ୍ଗ ସ୍ଥିତି 

ସତରେ ଅନେକ ବିଶ୍ଳେଷଣ ପରେ ଚାଖିବାକୁ ହୁଏ ସଫଳତା ର ଉଦ୍ଭାସିତ କିରଣ ।।

ମୁଁ ଆଜି ଏକ ନିଷ୍ପେସିତ ବିଫଳ ଆତ୍ମା 

ସଫଳତାର ସମରରେ ହାରିଥିବା ମଣିଷଟିଏ 

ସମସ୍ତ କଳ୍ପନା, ଭାବନା, ଉନ୍ମାଦନା ନିସ୍ତାର ନେଇଛି ସତ 

ତଥାପି ହାରିନି, ଏବେବି ହୃଦୟରେ ସଫଳତା ନିମନ୍ତେ ନିରନ୍ତର ବିପ୍ଳବ 

ଭଗ୍ନାବଶେଷରୁ ସାଉଁଟିବି ସ୍ବପ୍ନର କୋମଳ ପଲ୍ଲବ 

ଆଉ ନିଜ ନିଷ୍ଠା, ସାଧନା ଦେଇ ପରିଣତ କରିବି 

ମୋର ସଫଳତାର ଦୁର୍ବାଦଳକୁ ଏକ ବିରାଟ ତରୁରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational