Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

GAGAN KUMAR DASH

Inspirational

3  

GAGAN KUMAR DASH

Inspirational

ସଫଳତା

ସଫଳତା

1 min
210


ଗର୍ଭଧାରୀ ମାଆ ଜନ୍ମ ଦେଇଛି

ସଦଗୁଣ ଦେଇଛି ମତେ,

ତାହାରି ସଂସ୍କାର ସଫଳ ହୋଇଛି

ଶିଖିଛି ଜ୍ଞାନ ମୁଁ କେତେ ।


ତିତିକ୍ଷାର ମନ୍ତ୍ର ଶିଖାଇଛି ମାଆ

ସହିବାକୁ ସବୁ କଥା,

ଜନନୀ ମୋହର ସର୍ବସଂହା ଶକ୍ତି

ସହିଯାଏ ସବୁ ବ୍ୟଥା ।


ତମସା ଅନ୍ଧାର ଘୋଟି ଆସିଲାଣି

ଚାରିଆଡେ ବ୍ୟଭିଚାର,

ସତ୍ୟ ଓ ଅହିଂସା ସ୍ନେହ ଶ୍ରଦ୍ଧା ଭାବ

ସ୍ୱଭାବ ଅଟେ ମୋହର ।


ଚଞ୍ଚକ ଯେତେକ ଅଛନ୍ତି ସଂସାରେ

ଅକାଳରେ ଯିବେ ମରି,

ସଫଳତା ହାତେ ରହିଛି ମୋହର

ସତକର୍ମ ଯିବି କରି ।


ସଫଳତା ମିଳେ ନିଷ୍ଠାପର କର୍ମେ

ବିଫଳର ପ୍ରଶ୍ନ ନାହିଁ,

ବିଫଳତା ଆଣେ ସଫଳତା ବୋହି

ଆଗ୍ରହ ଆସେ ଧାଇଁ ।


ଯେତେ ବୈଜ୍ଞାନିକ ଯେତେକ ଯାନ୍ତ୍ରିକ

ସବୁ ଚେଷ୍ଟା କରିଥାନ୍ତି,

ବିଫଳତା ଏଠି ସଫଳତା ଆଣେ

ଅଭିଜ୍ଞ ଆଗେ ରହନ୍ତି ।


ତତ୍ୱଜ୍ଞ, ବ୍ରହ୍ମଜ୍ଞ, ଯଥାର୍ଥଜ୍ଞ, ଜ୍ଞାନ

ସଫଳର ପ୍ରତିଛବି,

ତତ୍ତ୍ଵାବଧାୟକ ତତ୍ତ୍ୱାବଧାରଣ

ସତେକି ଗଗନେ ରବି ।


ତଥାପି ମାନବ ମରୀଚିକା ପଛେ

ମାଗଣା ଲୋଭରେ ଧାଇଁ,

ବିଫଳ ହୁଅଇ ସମଗ୍ର କ୍ଷେତ୍ରରେ

ସଫଳତା ମିଳେ ନାହିଁ ।


ତନ୍ଦ୍ରାଳୁ ହୋଇ ଘୁମାଇବା ସାର

ଜୀବନେ ଯନ୍ତ୍ରଣା ପାଏ,

ତପନତନୟ ଗୋଡାଏ ତାହାକୁ

ମୃତ୍ୟୁ ମୁଖରେ ପଡି ଯାଏ ।


ସଫଳତା ପାଇଁ ଆଶା ଯଦି କର

ତପ କର ତୁମ କର୍ମେ,

ସଫଳ ହେବାରେ ପଥଟି ଉନ୍ମୁକ୍ତ

ଏହି ପୂଣ୍ୟ ଧରା ଧାମେ ।



Rate this content
Log in

Similar oriya poem from Inspirational