Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Priyadarsini Das.PriYa❤️

Tragedy Others

3  

Priyadarsini Das.PriYa❤️

Tragedy Others

ସଫଳତା

ସଫଳତା

1 min
280



କାଗଜ ର ଗୁଚ୍ଛ ଧରି ବସିଥିଲି ,

ଆଙ୍କିବାକୁ ସଫଳତା ର ଚିତ୍ର ....।


ଚିତ୍ର କଣ ଆଙ୍କିବି 

ଗାର ଟିଏ ବି ଗାରେ଼ଇ ହେଉ ନଥାଏ .....


କେହି ଜଣେ ପଛରୁ କହୁଥାଏ ..

ସତରେ କଣ ଆଙ୍କି ପାରିବୁ ...?

ସଫଳତା କୁ .....


କଣ ତୋତେ ସତରେ ମିଳିଛି ସଫଳତା .....?


ସଫଳତା ର ସଂଜ୍ଞା କଣ ତୋତେ ଜଣା .....?


ତୁ କିଏ .....?


କଣ ତୋର ସ୍ଥିତି .....?


ସଫଳ ଅବା ତୁ ବିଫଳ ତା କଣ ତୋତେ ଜଣା ......?



କେମିତି କେଜାଣି 

ଧକ୍ କରି ରହିଗଲା ମନଟି .....।


କେଉଁଠୁ ମାପିବି ମୁଁ ସଫଳତା କୁ ...

ଜାଣି ନଥାଏ ......



ମୁଁ ଛାର ମଣିଷ ଟିଏ ...

ସୃଷ୍ଟି ର କ୍ରିଡନକ ଟିଏ .....।



ନିଜର ଇଚ୍ଛା ପାଇଁ 

ପ୍ରତି ଥର ଆଘାତ କରୁଛି 

ଏ ଧରା କୁ .....


କେଜାଣି କେତେ ଖଣ୍ଡ କରି ସାରିଲିଣି ତାକୁ ....।



ସବୁଜ ଶାଢ଼ୀ ଟିଏ ପାଇଁ ବି ସେ ଆଜି କାନ୍ଦୁଛି ......


ଏ ଇଟା କଣ ମୋର ସଫଳତା .....


ସଫଳତା ର ଗନ୍ଧ କୁ 

ମିଶେଇଛି ନଦୀ ର ପାଣି ରେ ....।


ଏ କଣ ସଫଳତା ....?


ଏ ବାୟୁ ରେ ବିଷ ଭରି 

ମୁଁ କଣ ମାପିବି 

ମୋର ସଫଳତା .....?



ନା ସମ୍ଭବ ନୁହେଁ ....


ଆଙ୍କି ପାରିଲିନି ମୁ ମୋର ସଫଳତା କୁ .....।


Rate this content
Log in

More oriya poem from Priyadarsini Das.PriYa❤️

Similar oriya poem from Tragedy