STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ସଫଳତା ରହସ୍ୟ

ସଫଳତା ରହସ୍ୟ

1 min
255

ମଣିଷର ମନ     ଧାଏଁ ଅତିବେଗେ

   ଆଲୋକ ତରଙ୍ଗେ ବଳି

କ୍ଷଣିକେ ଭାବଇ   ଶିଳା ସ୍ରୋତ କଥା

    କ୍ଷଣେ କୃଷ୍ଣ ଗର୍ଭେ ଚଳି ||


ସେଇ ଭାବନାକୁ      ସଚେତନ  ମନ

       ଭାବୁ ଭାବୁ ଆଶା ଜାଗେ

ଇଚ୍ଛା ଜାଗେ ମନେ      ପାଇବାକୁ କିଛି

       ଭାବିବାକୁ ଭଲ ଲାଗେ ।।

ପାଇବାର ଇଚ୍ଛା    ମନେ ଭାବନାରେ

     ଯେବେ ଆସେ ଘନ ଘନ

ଆରମ୍ଭ ହୁଅଇ    ମଣିଷ ଜୀବନେ

    ଦେଖିବା ସୁନେଲି ସ୍ବପ୍ନ ।।


ଇଚ୍ଛାସବୁ କ୍ରମେ    ସପନରେ ଆସି

    ନିଦକୁ ଚୋରାଇ ନିଏ


ସେଇ ସପନକୁ     ରାତି ଛୋଟହୁଏ

    ସପନ ଅଧୂରା ରହେ ||


ଇଚ୍ଛାରୁ ସପନ    ସପନରୁ ଲକ୍ଷ୍ୟ

   ସ୍ଥିର ହେଲେ ନର ମନେ


ସେହି ଲକ୍ଷ୍ୟ କେହ୍ନେ    ହାସଲ ହୋଇବ

     ଭାବେ ସିଏ ପ୍ରତି କ୍ଷଣେ ।।

ଲକ୍ଷ୍ୟ ହାସଲର    ସପନ ଆସଇ

    ଶୟନେ ବା ଜାଗରଣେ


ସେଇ ସପନକୁ    ସାକାର କରିବା

     ଚିନ୍ତା ଜାଗେ ପ୍ରତି କ୍ଷଣେ ||


ଲକ୍ଷ୍ୟ ହାସଲର    ସ୍ବପ୍ନ ଦେଖୁବାକୁ

    ଦିନ ରାତିଛୋଟ ହୁଏ


ସେଇ ସପନରୁ   ଲକ୍ଷ୍ୟ ହାସଲର

    ଝାପ୍ସା ପଥ ଦେଖାଦିଏ ।


କେଉଁ ପଥ ଦେଇ   କିପରି ଯିବାକୁ

     ହୋଇବ ଯୋଜନା କରି

ଯୋଜନାନୁସାରେ   ସୋପାନର ପରେ

     ସୋପାନ ଚଢିଲେ ପାରି


ଯୋଜନାବଦ୍ଧ ସେ   କ୍ରିୟା କଳାପର

      ଠିକ୍ ପଥ ଅନୁସରି


ସଫଳତା ଲାଭ       ଦିଗେ ଅଗ୍ରସର

        ହୁଏ ନର ଥରିଥରି ।।


ଲକ୍ଷ୍ୟ ହାସଲର        କ୍ରିୟା କଳାପରେ

        ଯେତେ ବାଧାବିଘ୍ନ ଆସୁ


ଯେତେ ପ୍ରତିକ୍ରିୟା       ଯେତେ ପ୍ରତିବାଦ

        ଯେତେ ନିନ୍ଦାଗାଳି ଦିଶୁ ।।

ଦୁଃଖ ଅବଶୋଷ       ପଛରେ ପକାଇ

        ସ୍ଥିତପ୍ରଜ୍ଞ ଭାବ ମନେ


ଦୃଢ ପ୍ରତିଜ୍ଞ ଓ      ଆତ୍ମ ବିଶ୍ବାସର

     ଅଭାବ ନ ରହୁ ମନେ ।।


ଦୃଢ ମନୋବଳ    ଆତ୍ମ ବିଶ୍ବାସରେ

    ଯୋଜନାନୁସାରେ କାର୍ଯ୍ୟ


ପ୍ରବଳଇଚ୍ଛାରେ   ସପନ ଦେଖିବ

   ସ୍ଥିରୀକୃତ ଲକ୍ଷ୍ୟ ଧାର୍ଯ୍ୟ ।।

ଯେତେ ଝଡଝଞ୍ଜା    ଆସିଲେ ଜୀବନେ

    ଯିବନାହିଁ କେବେ ଡରି


ଦୃଢ ମନୋରଥେ    ସଂକଳ୍ପେ ଅଟଳ

      ଅଚଳ ଯେସନ ଗିରି


କଠିନ ଶ୍ରମର     ଗୁରୁତ୍ବକୁ କେବେ

    ଯିବନାହିଁ ତୁମେ ଭୁଲି


ଅଧ୍ୟବସାୟ ହିଁ       ସଫଳତା ବାକ୍ସ

     ତାଲାକୁ ପାରିବ ଖୋଲି ।।

କଠିନ ଶ୍ରମ ଓ       ଅଧ୍ୟବସାୟ ତ

     କେବେ ବ୍ୟର୍ଥ ହୁଏ ନାହିଁ


ମହତ କର୍ମର      ଉପହାର ସଦା

    ରହିଥାଏ ଥୁଆ ହୋଇ ।।


କେବଳ ଇଚ୍ଛା ବା    କେବଳ ଯୋଜନା

    କଲେ କିଛି ଲାଭ ନାହିଁ


ସଫଳତା ଲାଭ    ସ୍ବପ୍ନରେ ରହିବ

     କୃତିତ୍ୱ ମିଳିବ ନାହିଁ ।।

ଦିନ ରାତି ଏକ   କରି ସ୍ବପ୍ନ ଦେଖ

   ଦୃଢ ମନୋବଳ ନେଇ

ଆତ୍ମ ବିଶ୍ବାସରେ   ସଂକଳ୍ପେ ଅଟଳ

    ରହି କର୍ମ କର ଭାଇ ।।


ଲକ୍ଷ୍ୟ ହାସଲର     ଯୋଜନା କରିଣ

   ତା ମତେ ଯାଅ ଆଗେଇ


ସବୁକାର୍ଯ୍ୟ କଲେ    ଯୋଜନାନୁସାରେ

     ସଫଳ ହୋଇବ ଭାଇ ।।

ଲଭିବ କୃତିତ୍ବ       ସମ୍ମାନ ମର୍ଯ୍ୟାଦା

     ସର୍ବ କାର୍ଯ୍ୟ ସିଦ୍ଧି ପାଇ


ତୁମେ ସଫଳତା        ଶିଖର ଛୁଇଁବ

       ଲକ୍ଷ୍ୟ ବି ହାସଲ ହୋଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract