STORYMIRROR

Bijoy Jena

Abstract Inspirational Thriller

3  

Bijoy Jena

Abstract Inspirational Thriller

ସଫଳ ଜୀବନ

ସଫଳ ଜୀବନ

1 min
120


ସଫଳ ଜୀବନ ଜୀଇଁ ବାକୁ ହେଲେ

     ମନରେ ଥିବ ତ ଶାନ୍ତି

ନିଜର ମଣିଷ ମାନଙ୍କ ସହିତ

     ସମ୍ପର୍କେ ରହିବ ପ୍ରୀତି।

ସମାଜକୁ ସଦା ଦେବା ପ୍ରତିଦାନ

     ଅନୁରୂପ ପ୍ରକୃତିକୁ

ଇଶ୍ଵର ଙ୍କ ପାଇଁ କିଛି କ୍ଷଣ ଦେବା 

     ଚିନ୍ତନରେ ରଖିବାକୁ।

ଜୀବନ ତାଙ୍କର ପ୍ରକୃତି ତାଙ୍କର

     କେବେ ତାଙ୍କୁ ନ ଭୁଲିବା

କର୍ତ୍ତବ୍ୟ ବାଧତା ନିର୍ବାହ କରିବା

     ଆଦର୍ଶରେ ଗଢା ହେବା।

ପ୍ରତି ଦୃଷ୍ଟିକୋଣ ପ୍ରତି ଦୃଷ୍ଟିଭଙ୍ଗୀ

      ତାଙ୍କଠି ହେଉ ଅର୍ପିତ

ସଫଳ ଆଦର୍ଶ ସମ୍ପୂର୍ଣ୍ଣ ଜୀବନ

      ଆପେ ହେବ ଅଭିହିତ।

ସେହି ଜୀବନରେ ନ ଥାଏ ଅଶାନ୍ତି

      ନାହିଁ ଦେହ ଅଭିମାନ

ଧନ ଯଉବନ ଗର୍ବ ଅହଙ୍କାର

      ହେବା ଯେ କଳଙ୍କ ଶୂନ୍ୟ।

ପ୍ରତି ମଣିଷର ନିକଟେ ରହିଛି

     ଏପରି ଜୀବନ ଭୋଗ

କାଳିଆ ଠାକୁର ପୂରାଇବେ ବାଞ୍ଛା

      ନ କର ଦୁରୁପଯୋଗ।



Rate this content
Log in

Similar oriya poem from Abstract