STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ସଫଳ ବ୍ୟକ୍ତି

ସଫଳ ବ୍ୟକ୍ତି

1 min
199


ସତ ପରିଶ୍ରମ ହୁଏ ନା ବିଫଳ 

ମିଳେ ନିଶ୍ଚେ ସଫଳତା,

ପରିଶ୍ରମୀ କେବେ ଲାଳାୟିତ ନୁହେଁ

ତା ପାଇଁ ଏସବୁ ମାମୁଲି କଥା।


ପାଇବାକୁ ହେଲେ ସଫଳତା ଆମକୁ

କରିବାକୁ ହୁଏ ଭଲକାମ,

ଦୃଢ ମନୋବଳେ ଧୈର୍ଯ୍ୟ ସାହସରେ

ସଫଳ ଶୀର୍ଷରେ ରହେ ନାମ।


ଉତ୍ତମ ପ୍ରତିଭାଯୁକ୍ତ ବ୍ୟକ୍ତି ସଦା

ପ୍ରତିଭା ବିକାଶୁ ଥାଏ,

ବଣମଲ୍ଲୀ ଭଳି ବନେ ରହିଲେ ବି

ଚଉଦିଗ ବାସ ଛୁଟୁଥାଏ।


କର୍ମେ ରତ ଜନ କରିଚାଲେ କର୍ମ

ନଥାଏ ଲାଳସା କିଛି ତା'ର,

ତା ଉପରେ ତା'ର ଭରସା ରହିଲେ

 ସଫଳତା ଛୁଏଁ ପାଦ ତା'ର।



Rate this content
Log in

Similar oriya poem from Inspirational