STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ସଫଳ ବ୍ୟକ୍ତି

ସଫଳ ବ୍ୟକ୍ତି

1 min
209


ସତ ପରିଶ୍ରମ ହୁଏ ନା ବିଫଳ 

ମିଳେ ନିଶ୍ଚେ ସଫଳତା,

ପରିଶ୍ରମୀ କେବେ ଲାଳାୟିତ ନୁହେଁ

ତା ପାଇଁ ଏସବୁ ମାମୁଲି କଥା।


ପାଇବାକୁ ହେଲେ ସଫଳତା ଆମକୁ

କରିବାକୁ ହୁଏ ଭଲକାମ,

ଦୃଢ ମନୋବଳେ ଧୈର୍ଯ୍ୟ ସାହସରେ

ସଫଳ ଶୀର୍ଷରେ ରହେ ନାମ।


ଉତ୍ତମ ପ୍ରତିଭାଯୁକ୍ତ ବ୍ୟକ୍ତି ସଦା

ପ୍ରତିଭା ବିକାଶୁ ଥାଏ,

ବଣମଲ୍ଲୀ ଭଳି ବନେ ରହିଲେ ବି

ଚଉଦିଗ ବାସ ଛୁଟୁଥାଏ।


କର୍ମେ ରତ ଜନ କରିଚାଲେ କର୍ମ

ନଥାଏ ଲାଳସା କିଛି ତା'ର,

ତା ଉପରେ ତା'ର ଭରସା ରହିଲେ

 ସଫଳତା ଛୁଏଁ ପାଦ ତା'ର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational