ସୋପ୍ନ ମୋର ତୁମେ
ସୋପ୍ନ ମୋର ତୁମେ
ହେ ମୋର ସ୍ବପ୍ନ ତୁମେ ମନ ମନ୍ଦିର ର
ସୋପ୍ନ ମିସା ପଥ ପ୍ରଦର୍ଶକ ତୁମେ ମୋର
ସୀମାହୀନ ସ୍ବପ୍ନ ତୁମେ ମୋ ଗଗନେ ବିସ୍ତାର
ହେ ସ୍ୱପ୍ନ ସାକାରତ୍ଵ ମୋ ମନ ପବନର ।
ପ୍ରସାରିତ ସ୍ବପ୍ନ ତୁମ ନୀଳ ନୀଳିମାର
ପ୍ରଶାନ୍ତ ମହାସାଗର ପରି ସ୍ବପ୍ନ ଯେ ତୁମର
ସ୍ବପ୍ନ ସାକାର କରିବାକୁ ଦୃଢ଼ ଚିନ୍ତା କର
ମତେ ନେଇ କିଛି ସ୍ବପ୍ନ ସମ୍ପୁର୍ଣ୍ଣ ଯେ କର ।
ରାଗ ବିହୀନ କହିବି ନାହିଁ ଯେ ମୁଁ ତୁମର
ତୁମ ରାଗ ସ୍ନେହ ମିଶା ଅତି ଆପଣାର
ବିସ୍ଫୋରଣ କର ତୁମେ ମୋରି ପାଖର
ତୁମେ ମୋର ପ୍ରିୟତମ ଅତି ନିକଟର ।
ବୀର ପୁରୁଷ ତୁମେ ଭାରତ ମାଆର
ନିର୍ଭର କରନି କେବେ କୋଉ ଆତ୍ମିୟର
ନିର୍ମଳ ତୁମ ହୃଦୟର ଦ୍ଵାର ସ୍ପନ୍ଦନର
ସ୍ବଇଚ୍ଛାରେ ଦାନ ଦିନ ଭରସା ତୁମର ।
ଦୃଢ଼ ତୁମ ମନୋବଳ ସୁକ୍ଷ୍ମ ତୁମ ଅନ୍ତର-
ସଦା ତୁମେ ଭାବୁକ ହେ ଅଭିଯୋଗ ମୋହର
ଚଢିବାକୁ ପାହାଡ ହେ ସ୍ବପ୍ନ ଦେଖ ମନର
ଉଡିବ ଆକାଶେ ବୋଲି ଭାବୁକ ମୋ ମନର ।
ନୂତନ ତାଜମହଲ ଗଢିବାକୁ ବିଭୋର
ଉଡାଣ କରିବା ପାଇଁ ଜାହାଜ ତୁମର
ଭାସିବା ସମୁଦ୍ରେ ତୁମେ ସଦା ବୁଡିବାର
ଅବଶିଷ୍ଟ ଜୀବନ କୁ କର ପୂର୍ଣ୍ଣ ପ୍ରିତିର ।
ହେ ଉତୁଙ୍ଗ ହିମାଳୟ ଉତ୍କଳ ମାଟିର
ଭିନ୍ନ ଏକ ମନୁଷ୍ୟ ଯେ ଭାରତ ମାଆର
ଜାଜୁଲ୍ୟମାନ ତବ ଦୀପ୍ତି ଆଉ ଦ୍ଯୁତି ର
ହେ ଅନନ୍ତ ଭାବମୂର୍ତ୍ତି ପ୍ରିୟତମ ମୋର ।
ବିଜୟର ବାଜା ଥୁଆ ତୁମ ସ୍ବପ୍ନ ଗଢିବାର
ଆନନ୍ଦ ରେ ଜର୍ଜରିତ ତୁମରି ମନର
ତୁମପରି ବିରାଟ ବିଶାଳ ସ୍ବପ୍ନ ମୋର
ପୂର୍ଣ୍ଣ କର ହେ ପୁରୁଷୋତ୍ତମ ସବୁ ସୋପ୍ନ ମୋର ।

