STORYMIRROR

Mr.GAGAN BIHARI NAYAK

Romance

2  

Mr.GAGAN BIHARI NAYAK

Romance

ସଞ୍ଜୁଆ ପ୍ରେମର ରଙ୍ଗ

ସଞ୍ଜୁଆ ପ୍ରେମର ରଙ୍ଗ

1 min
185

ସଞ୍ଜୁଆ ପ୍ରେମର ରଙ୍ଗ


ଗୋଧୂଳି ଛାଇରେ ତୁମେ ଭରିଦେଲ

ସାତ ରଙ୍ଗର ମୁରୁଜ

ତା' ବର୍ଣ୍ଣାଳି ଦେଖି ଛପି ଗଲା କାହିଁ

ରଙ୍ଗ ହଜେଇ ସୁରୁଜ


ରୂପରେ ତୁମର ଥିଲା ଯା'ଚମକ

ସୂର୍ଯ୍ୟ ଯାଉଥିଲା ଜଳି

କଥାରେ ତୁମର ଥିଲା ଯା' କିମିଆ

କିଏ ବା ପାରିବ କଳି

କୁହୁକରେ ଭରା ନୀଳ ସ୍ଵପ୍ନ ଓଠ

ଖୋଜୁଥିଲା ପ୍ରୀତି ସଞ୍ଜ


ପ୍ରେମ ଅନୁରାଗେ ଶିହରିତ ହୋଇ

ଆନମନା ଥିଲା ମନ

କାହିଁକି କେଜାଣି ତୁମରି ପ୍ରେମରେ

ଝୁରି ହେଉଥିଲା ପ୍ରାଣ

ମିଳନର ଏଇ ରୂତୁ ଗଲା ପରେ

ପ୍ରେମର ଥାଏକି ରଙ୍ଗ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance