STORYMIRROR

Bibhu Samanta

Abstract

2  

Bibhu Samanta

Abstract

ସଞ୍ଜ ସାଙ୍ଗେ ମୁହାଁମହିଁ

ସଞ୍ଜ ସାଙ୍ଗେ ମୁହାଁମହିଁ

1 min
3.0K

ଏଇ ଦେଖିଲଣି..

ଠାକୁରାଣୀ ମନ୍ଦିର ନେତକୁ

କେବେଠୁ ଉଡ଼ୁଛି ସେ

ଦେଖିଲଣି..

ଶୁକ ଦାଦି ର ସମାଧିକୁ

କେବେ ଠୁ ଚୂନ ଟିକେ ବୋଳା ହେଇନି

ଦେଖିଲଣି....

ଆମ ଘରର ଝରକା କୁ

କେବେଠୁ ପରଦା ବଦଳିନି

ସବୁ ରଙ୍ଗ... ସବୁ ସଙ୍ଗ

ସବୁ ଅନୁଭୂତି... ସବୁ ମୁହୁର୍ତ୍ତ

ଏମିତି ପାଣିଚିଆ କାହିଁ କୁହ?

କୁହ... କିଛି ଅବଶୋଷ ରହିଗଲା କି?

ତୁମ ପରି...

ମୁଁ ବି ନୂତନତ୍ୱ ର ସନ୍ଧାନରେ...

ମୁଁ ବି ଭାବନାର କାଚଘରେ... 

ନୀତି ଭାଙ୍ଗି ଗଢୁଥାଏ

ଉପଲବ୍ଧି ମାନଙ୍କୁ...

କୁହ..

ତମେ ଆସି ପରସି ଦେବନି

ଗୋଟେ କପ ଚା ସାଙ୍ଗେ

ଆଉ କିଛି ବତୁରା ସ୍ମୃତି କୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract