STORYMIRROR

Prasanna Kumar Madala

Inspirational

3  

Prasanna Kumar Madala

Inspirational

ସଞ୍ଚୟ

ସଞ୍ଚୟ

1 min
11.8K

ଛୋଟ ଛୋଟ ବର୍ଷାଝର

ମିଶିଗଲେ ପରସ୍ପର

ନାଳଟିଏ ସାଜିପାରେ ଯଦି ,

ନାଳ ସାଥେ ନାଳ ମିଶେ

କ୍ରମଶଃ ଓସାର ଦିଶେ

ପରିଶେଷେ ସାଜିଯାଏ ନଦୀ ।

ଛୋଟ ଛୋଟ ପିଲାମାନେ

ମିଶିଗଲେ ଏକ ସ୍ଥାନେ

ସହଜରେ ହୁଏ ବଡ଼କାମ ,

କାମ କରି ତିଳେ ତିଳେ

ସଫଳତା ଯେବେ ମିଳେ

ପିଲାମାନେ ରଖିଥାନ୍ତି ନାମ ।

ଖର୍ଚ୍ଚ ପରେ ଯାହା ବଞ୍ଚେ

ଅଳ୍ପ ଅଳ୍ପ ଯିଏ ସଞ୍ଚେ

ବଢି ଚାଲେ ତା'ର ପରିମାଣ ,

ଯେବେ ହୁଏ ଦରକାର

ଉପଯୋଗ ହୁଏ ତା'ର

ବିପଦରେ ରହିଥାଏ ଟାଣ ।

ଏକଥାରେ ନାହିଁ ଶଙ୍କା

ଯେବେ ଯେତେ ମିଳେ ଟଙ୍କା

ସଞ୍ଚିଥିବା ହାତଖର୍ଚ୍ଚ ପରେ ,

ଠୁଳ କରିବାରେ ମନ

ଥିଲେ ବଢେ ମୂଳଧନ

ସୁରକ୍ଷିତ ଥିବ ଆମଘରେ ।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational