Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Kumar Biswal

Drama Tragedy Inspirational

4.3  

Tapan Kumar Biswal

Drama Tragedy Inspirational

ସଞ୍ଚିତ ଧନ

ସଞ୍ଚିତ ଧନ

1 min
11.2K


ସଞ୍ଚିତ ଧନମୁଁ              ସାଇତି ରଖିଛି

      କେତେ ଆଶା ମନେ ନେଇ l

ଭାବୁଛି କରିବି           କେତେ ନୂଆକଥା

       କିଛି ଭାବି ପାରେ ନାହିଁ ll


ବେଳେବେଳେ ଭାବେ     କଣ କରିବି ମୁଁ ଯେ

        କାହିଁକି ମୁଁ ସଞ୍ଚୁ ଥିଲି l

ସଞ୍ଚିତ ଧନରେ            କିଣିଦେବି ସବୁ

       ମନେ ମନେ ଭାବୁଥିଲି ll


କିଣିପାର ତୁମେ           ସୁନାର ପଲଙ୍କ

     କିଣି ନପାର ଯେ ନିଦ୍ରାକୁ l

କିଣି ନପାର ଯେ          ରାତିର ସପନ

    କିଣି ନପାର ଯେ ଶାନ୍ତିକୁ ll


କିଣି ଆଣି ପାର          ପୁଳା ପୁଳା ବହି

       କିଣି ନାହିଁ ଜ୍ଞାନ କେହି l

କିଣି ପାରି ନାହିଁ         କେବେ ଭବିଷ୍ୟତ

       ଜାଣିଛି ନିଶ୍ଚେ ଜଗତ ll


ମନୁଛି ଆସିବ           ନିଶ୍ଚେ ଦରକାର

         ଏହି ସଞ୍ଚିତ ଧନର l

ଉଧାର ମାଗିବା         ଠାରୁ ଶ୍ରେୟସ୍କର

        ଏହି ସଞ୍ଚିତ ଧନର ll


ବଞ୍ଚିବାପାଇଁ ଯେ         କିଣି ହୁଏ ଦାନା

       ଜୀବନ ହୁଏନା କିଣି l

ଟଙ୍କା ଦେଇ ତୁମେ        ମିଛ କିଣି ପାର

       ସତ ପାର ନାହିଁ କିଣି ll


ଦୁନିଆରେ କେତେ।        ଅପୂର୍ବ ଜିନିଷ

       ଭାରି ରହିଅଛି ସତେ l

ହୁଏ ନାହିଁ କିଣା          ହୁଏ ନାହିଁ ବିକ୍ରି

    କର୍ମ ଫଳେ ମିଳେ ତୋତେ ll




Rate this content
Log in

Similar oriya poem from Drama