STORYMIRROR

Sasmita Mohapatra

Abstract

2  

Sasmita Mohapatra

Abstract

ସନ୍ତ୍ରାସବାଦୀ

ସନ୍ତ୍ରାସବାଦୀ

1 min
179

ରକ୍ତ ବୁହାଇଲେ ସନ୍ତ୍ରାସବାଦୀଏଁ

ହାହାକାରେ ଗଲ ଥରି

ତୁମ ଜାତି ପୁଅ ଗଣଧର୍ଷଣ ଯେ

କିଏ ଶୁଣିବ ଗୁହାରି


ଘର ଢ଼ିଙ୍କି ଯଦି କୁମ୍ଭୀର ହୋଇବ

କେଉଁଠି ମାଗିବା ନ୍ୟାୟ

ଦୁର୍ନୀତି ଗ୍ରାସିଲା ସାରା ଶରୀରକୁ

ଜୀବନ କି ହେବ ଥୟ


ଦେଶ କୋଣେ ଆଜି ମାଆ କାନ୍ଦୁଅଛି

ଆର୍ତ୍ତ ଚିତ୍କାର ବୁକେ

ହାଡ଼, ମାଂସ ଆଉ ଅଧା ପୋଡା ତନୁ

ମୃତ ସନ୍ତାନର ଶୋକେ


ସ୍ବାଧୀନ ଆମେ ତ କହୁଅଛୁ ସର୍ବେ

ଦାଣ୍ଡେ ଡୁଙ୍ଗୁରା ପିଟାଇ

ଆମ ଝିଅ ବୋହୁ ଆଜି କି ସ୍ବାଧୀନ

ଚାଲନ୍ତି ଭୟ ଛଡାଇ


ନିତି ଛୁଟୁଅଛି ବନ୍ଧୁକରୁ ଗୁଳି

ଆପଣାର ଛାତି ବିଧେ

କଟାକ୍ଷ ଆଖିର ହୁତାସନ ଅଗ୍ନି

ଜଳାନ୍ତି ଗୃହର ମଧ୍ୟେ


ଯେଉଁଦିନ ଏହି ରକ୍ତପାୟୀଙ୍କର

କବଳରୁ ମୁକ୍ତ ହେବା

ସେଦିନ ଭାରତ ଜନନୀର ଆମ

ପାଦରୁ ବେଡି ଖୋଲିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract