STORYMIRROR

Manaswinee Dash

Thriller

3  

Manaswinee Dash

Thriller

ସନ୍ତାନହନ୍ତା

ସନ୍ତାନହନ୍ତା

1 min
156

ମୁଁ ସବୁ ଶୁଣୁଛି ଆଉ ଦେଖୁଛି,

ବନ୍ଚିଥିଲା ବେଳେ ତ ଟିକିଏ ସାହାଯ୍ୟ ପାଇଁ

କେହି ଆସିଲ ନାହିଁ,

ମଲାପରେ ମୋ ଶବକୁ ଦଉଛି ଗାଳୀ,

ସିଏ କଣ ତୁମକୁ ଜବାବ୍ ଦେବ ?

ମୋ ସ୍ବାମୀ କଲା ପରକୀୟା ପିରତି,

ମରି ଚାଲିଲି ମୁଁ ନିତି ନୀତି,

ହେଲେ ଏ କଥା ଜେବେ ଜାଣିଲେ ମୋ ସନ୍ତାନ,

ଜୀବନ ମୋ ପାଇଁ ହେଲା କଠିଣ,

ଚାହୁଁ ନଥିଲି ସେମାନେ କରନ୍ତୁ ତା ବାପକୁ ଅସମ୍ମାନ,

ହେଲେ କାଠିକର ଥିଲା ମୋ ପାଇଁ ପିତାଙ୍କ ଲାଳନ ପାଳନ।

ବସିଲି ହାରିବାକୁ ଜୀବନ,

ଆଖିରେ ନାଚିଲା ମୋ ପିଲନ୍କ ମୁହଁ,

ଭାବିଲି ମୁଁ ଗଲାପରେ ଏମାନେ ରହିବେ ଏକାକୀ ହୋଇ,

ମରି ମରି ବନ୍ଚିବେ ଅନାଥ ହେଇ,

ସେମାନଙ୍କୁ ମୁଁ ଦେଲି ବିଷ ଖାଇବାରେ,

ପରେ ମୁଁ ହାରିଲି ଆତ୍ମହତ୍ଯା କୁ ଆଦରି।

ହେଲେ ନାଁ ପାଇଲି ସନ୍ତାନହନ୍ତା,

ନିଷ୍ଠୁର ମାତା,

କେହି ବୁଝିପାରୁ ନାହାନ୍ତି ମୋ ମନକଥା,

ହେଲେ ଏସବୁ ନାମ ପାଇଁ କରୁନି ମୁଁ ଅନୁତାପ

ହଁ ମୁଁ ସନ୍ତାନହନ୍ତା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller