STORYMIRROR

Satyabati Swain

Inspirational

3  

Satyabati Swain

Inspirational

ସନ୍ତାନ

ସନ୍ତାନ

1 min
245


ପରିବାର ହସେ ସନ୍ତାନ ସୁଖରେ

ଉତ୍ତର ପିଢିସିଏ

ପୂର୍ବ ପିଢ଼ି ସନ୍ତାନ ଲାଭେ ଆଗକୁ

ବଂଶକୁ ବଢ଼ାଇ ଥାଏ।


ବାପା ମା ପାଇଁ ସନ୍ତାନ ସମ୍ପଦ

ସବୁଠାରୁ ମୂଲ୍ୟବାନ

ସନ୍ତାନରେ ନଥାଏ ପୁଅଝିଅ

ଆମରି ବୋଲାନ୍ତି ଗଣ୍ଠିଧନ।


ସନ୍ତାନ ସୁଖଟିକେ ପାଇଁ ଗୃହି

ଅନେକ କଷଣ ସହେ

ଲାଲନ ପାଳନ ଶିକ୍ଷା ସଂସ୍କାର

ଦେଇ ମଣିଷ କରାଏ।


ସନ୍ତାନ ସଂସ୍କାରୀଶୁଶୀଳ ହେଲେ

ବାପା, ଜେଜେ, ମା ମନ

ଗର୍ବରେ ଛାତି ଫୁଲାଇ କୁହନ୍ତି

ଏ ପରା ଆମ ସନ୍ତାନ।


ସନ୍ତାନ ଯଦି ଅସାମାଜିକ କୁ

ଅନ୍ୟାୟି,ଅବିବେକି ହୁଏ

ଚୋର ମା ପରି ଲୁଚେଇ କାନ୍ଦି

ଦିନ ତାଙ୍କ ଯାଇଥାଏ।


ସନ୍ତାନ ସୁଖ ଅମୃତ ସମାନ

ପାନ କରିବା ପାଇଁ

ମଣିଷ ଛାର ଦେବତା ବି ପାଗଳ

 ଏ ସୁଖ ପାଇବା ନେଇ।


ମା ଓ ମାଟି ମାର ଯୋଗ୍ୟ ସନ୍ତାନ

ହୋଇଥାଏ ଯେଉଁ ଜନ

କୋଟି ଜନ୍ମର ପୁଣ୍ୟଫଳ ତାରେ

 ଦିଏ ଏକୋଇ ଜନମ।


ସନ୍ତାନ ହିସାବେ ଆମ ଶ୍ରେଷ୍ଠ

 କର୍ତ୍ତବ୍ୟ ଏହା ହେଉ

ସଭିଙ୍କ ହୃଦୟେ ହସ ଦେଇ

ଏ ଆୟୁଷ ସରି ଯାଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational