STORYMIRROR

Sunanda Mohanty

Drama Inspirational

3  

Sunanda Mohanty

Drama Inspirational

ସନ୍ତାନ

ସନ୍ତାନ

1 min
173

ସନ୍ତାନ ରାହା ସାହା ଆହା

ଜୀବନେ ଯୌବନେ ବାର୍ଦ୍ଧକେ

ସନ୍ତାନକୁ ଗଢି ତୋଳିବା ରେ

ହେଳା ନକରନ୍ତି ବାପା ମାଆ

ବଡ ହେଇ ନାମ ରଖିବାର ନିଶା

ପୂରଣ କରିବାର ଆଶା

ଜଗାଏ ସୁବିଚାର ଯାହା

ନିଜେ କାଣ୍ଟ ଛାଣ୍ଟରେ ଚଳି

ପିଲାଙ୍କୁ ଯୋଗାଇ ତାଙ୍କ ଅଳି

ଅଭାବ ଅସୁବିଧା ଯେତେ

ନକହନ୍ତି ସନ୍ତାନଙ୍କୁ ସତେ

ଦୁଃଖ କଷ୍ଟ ରୋଗ ରୁଣ ସହି

ସନ୍ତାନ ପାଇଁ ରହିଥାନ୍ତି ଜୀଇ

ଭଲରେ ରହିଲେ ସନ୍ତାନ

ବାପାମାଆଙ୍କ ସୁସ୍ଥ ଦେହ ମନ

ମିଳଇ ଖୁସି ଓ ସମ୍ମାନ

ସନ୍ତାନ ବୁଝିଗଲେ ସବୁ

ନବୁଝିଲେ ନବୁଝୁ ଭଲରେ ଥାଉ ଆମ ବାବୁ

କହି ପିତାମାତା ସନ୍ତାନ ମଙ୍ଗଳ ମନାସି

ମାଆ ପାଣି ଦିଏ ମୂଳରେ ତୁଳସୀ

ବାପା ଦମ୍ଭରେ ଦିଅନ୍ତି ଟିକେ ହସି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama