STORYMIRROR

Sasmita Mohapatra

Abstract

2  

Sasmita Mohapatra

Abstract

ସନ୍ତାନ_ଶୋଷ

ସନ୍ତାନ_ଶୋଷ

1 min
119

ଜନମ ସମୟେ ଧାଈ ଠାରୁ ଶୁଣି

ହୃଦ ଦେଇଥିଲା ହସି

ପୁତ୍ରର ପ୍ରେମରେ ମିଠାର ହାଣ୍ଡିକୁ

ବାଣ୍ଟିଥିଲୁ ହୋଇ ଖୁସି


ପ୍ରତି ରାତି ପୁଣି ଉଜାଗର ରହି

ସନ୍ତାନର ଆକର୍ଷଣେ

କାଳେ କାନ୍ଦିଯିବ ଅଧ ରାତି ଧନ

ଚାହୁଁଥିଲୁ ଜଣେ ଜଣେ (ବାପାମାଆ)


ପିଲା ବଢିଗଲା ଚାନ୍ଦକଳା ପରି

ଛୋଟ କେତେ ଅଳି ତା'ର

ଭରୁ ଭରୁ ଦିନ ବିତିଯାଏ ତାଙ୍କ

ହସ ପାଇଁ ଦୁଇଧାର


ଅନୁଶାସନରେ କେବେ ରାଗ ଥିଲା

ଥିଲା ତ କଠୋର କଥା

ଗେଲ ଛାଡି ପୁଅ ପଢିଲେ ପୁଅ ଯେ

ହୋଇବ ଜଗତଜିତା


ସମୟ ଗଡିଲା ବୟସ ବଢିଲା

ବଡ ହେଲା ତାଙ୍କ ପୁଅ

ତା'ର ପାଠପଢା ପାଇଁ ଦିନରାତି

ଛୁଟିଲା ପଇସା ସୁଅ


ପିଲା ତାଙ୍କ ଆଜି ବଡ କମ୍ପାନୀରେ

ହାକିମ ପାହ୍ୟାରେ ରହି

ପିତୃମାତୃ ପ୍ରୀତି ଗୁରୁଜନେ ଭକ୍ତି

ସର୍ବଗୁଣେ ପୂର୍ଣ୍ଣ ହୋଇ


ଚାହୁଁ ଚାହୁଁ ବିତିଗଲା ଦିନ କେଇ

ପରଝିଅ ବିଭା ଦେଇ

ଭାବିଲେ କର୍ତ୍ତବ୍ୟ କରିଲୁ ପୂରଣ

ପୁଅ ସଂସାର ଗଢଇ


ସବୁ ଭୁଲି ପୁଅ ନିଜର ଖୁସିରେ

ବାପାମାଆ ଭୂଲିଯାଏ

ଯାହାଙ୍କୁ ଦେବତା ସମ ମଣୁଥିଲା

ଏବେ ବୋଝ ମଣୁଥାଏ


ମୁଁ, ମୋର ସଂସାର, ମୋର ପିଲାଛୁଆ

ଏହାହିଁ ମୋ ସ୍ବର୍ଗପୁର

ଯେଉଁ ଘରେ ଥିଲା ଶାନ୍ତି ଅସରନ୍ତି

ଦୁଇ ଚୂଲା ହେଲା ସାର


କେତୋଟି ଟଙ୍କାର ଔଷଧ ରେ ତାଙ୍କ

ବିତୁଅଛି ଦିନରାତି

ପୁଅ ଭୁଲିଗଲା ଅଢେ଼ଇ ଦିନରେ

କାମ କରୁନାହିଁ ମତି


ବାପାମାଆ ହୋଇ ଦିନରାତି କେବେ

ଧନରତ୍ନ ମାଗିନାହୁଁ

ତଥାପି କାହିଁକି ଆମ ଉପସ୍ଥିତ

ବୋଝ ବୋଲି ଭାବେ ସେହି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract