Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ସଂସ୍କୃତିର ବିଳାପ

ସଂସ୍କୃତିର ବିଳାପ

1 min
229



ଗୁମୁରି ଗୁମୁରି ବିଳପେ ସଂସ୍କୃତି

ପାଟି ତ ଫିଟୁନି ତାର 

ପର କରିଲେଣି ଆଜିକାଲି ତାକୁ

ଯିଏ କରନ୍ତେ ନିଜର ।


ସୁରକ୍ଷା କବଚ ହାତରେ ଯାହାର

ରହିଲେ ହୋଇ ମଉନ

ମନରେ ଭାବନ୍ତି କହିବୁ କାହାକୁ

ଯିବ ଆମର ସମ୍ମାନ  ।


ଜ୍ଞାନ ବିଜ୍ଞାନ ଓ କଳା ସଂସ୍କୃତିର

ଦେଶ ଏ ଭାରତ ବର୍ଷ 

ମହାନ ସଂସ୍କୃତି ଆମର ଏହାର

କେ ହେବ ଆଉ ସଦୃଶ ।


ଯୋଗବିଦ୍ୟା ବ୍ରହ୍ମବିଦ୍ୟା ଜ୍ଞାନ

ଆଉ ବିଜ୍ଞାନର ଗନ୍ତାଘର 

କଳା ସ୍ଥାପତ୍ୟ ସଂସ୍କୃତିରେ ସମାନ

କେହି ନୋହିବେ ଏହାର ।


ବିଳାପ କରୁଛି ଏ ସଂସ୍କୃତି ଆଜି

ମୋତେ ରକ୍ଷାକର ବୋଲି 

ରକ୍ଷକ ଭକ୍ଷକ ହେଲେଣି ତ ଆଜି

କେ ନକହେ ମୁହଁ ଖୋଲି ।


ବିଦେଶୀ ସଂସ୍କୃତି କବଳିତ ଏବେ

ହୋଇଛନ୍ତି ଯୁବପିଢି

ଆମ ସଂସ୍କୃତିକୁ ଅନେକ ବିଦେଶୀ

କରିଲେଣି ଆଶାବାଡି ।


ଆମ ସଂସ୍କୃତିର ସୁରକ୍ଷା କରିବା

ଆମରି ଧରମ ସିନା 

ବିଦେଶୀ ସଂସ୍କୃତି ଅନୁକରଣରେ

ଆମେ ହଜିଯିବା କିନା ।


ସଂସ୍କୃତି ବିଳାପ ନଶୁଣିବା ଆଉ

ଦୃଢମନା ଆମେ ହେବା 

କାୟ ମନ ବାକ୍ଯେ କଟୀବଦ୍ଧ ହୋଇ

ସଂସ୍କୃତି ରକ୍ଷା କରିବା ।


ସତ୍ଯ ସନାତନ ଏ ଆମ ସଂସ୍କୃତି

ଥିଲା ଅଛି ବି ରହିବ 

ଯୁଗ ଯୁଗ ଧରି ବିଶ୍ବମାନସରେ

ଅକ୍ଷୟ କୀର୍ତ୍ତି ରଚିବ  ।


Rate this content
Log in

Similar oriya poem from Inspirational