STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ସଂସ୍କାର

ସଂସ୍କାର

1 min
13.7K


ସମସ୍ତେ କୁହନ୍ତି ଆଜିକାଲି ଟୋକା

ମଦୁଆ ସମସ୍ତେ ହେଲେ

ଆମେ ତ ନିଜେ ଭୁଲ କରିଛୁ

ଜନ୍ମରୁ ବୋତଲ ଧରେଇ ଦେଲେ

ମା’ର ଖିରର ମୂଲ୍ୟ ବୁଝିଲେନି

ସୌନ୍ଦର୍ଯ୍ୟର ଦ୍ୱାହିଦେଇ

ଘର ଖାଦ୍ୟ ସବୁ ପଛରେ ପକେଇ

ବୋତଲ ଦେଲେ ଧରେଇ

ମାଆ ବାପା ଗଲେ ଚାକିରୀ କ୍ଷେତ୍ରକୁ

ଦାଈ ଜଗିଥାଏ ପିଲା

ମାଆ ଖିର ସିଏ କେଉଁଠୁ ପାଇବ

ବୋତଲ ଧରେଇ ଦେଲା

ନିଜ ପିଲା ପାଇଁ ସମୟ ଦେଲନି

ଟଙ୍କା ହେଲା ଖାଲି ସାର

ବଡ଼ ହୋଇ ପୁଅ ବୋତଲ ଧରିଲେ

କିବା ଅଛି ଦୋଷ ତାର

ନିଶ୍ଚିତ ସମ୍ପତି ଜାଣିପାରିଲନି

ଅନିଶ୍ଚିତ ପଛେ ଧାଇଁଲ

ବଡ଼ ହୋଇ ଯେବେ ଅବାଟରେ ଗଲା

ଅନୁତାପ ଖାଲି କରିଲ,

ସଂସ୍କାର ଯଦି ଦେଇ ନପାରିଲ

ଦୋଷ ଦେଇ ଲାଭ ନାହିଁ

ବୁଝିବା ଲୋକ ମୋ କଥା ବୁଝିବ

ନ ବୁଝିଲେ ନାହିଁ,,,

  ।ନିରଞ୍ଜନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational