STORYMIRROR

pawan Mohakul

Tragedy Inspirational

3  

pawan Mohakul

Tragedy Inspirational

ସଂସାରର ସାର

ସଂସାରର ସାର

1 min
339

ମଣିଷ ର କଥା ମଣିଷ କହୁଛି

ମଣିଷ ଶୁଣିବା ପାଇଁ...

ନିଷ୍ଠୁର କେତେ ମଣିଷ ହେଲାଣି

ଏ ଦୁନିଆ ସମାଜ ପାଇଁ...


ଟଙ୍କା ପାଇଁ ସେ ଜୀବନ ନେଉଛି

ଟିକିଏ ବି ଭାବୁ ନାହିଁ...

ଯୌତୁକ ପାଇଁ ବୋହୂ ମାରୁଛନ୍ତି

ଟିକେ କୁଣ୍ଠାବୋଧ ନାହିଁ...


ସଭିଏଁ ମତିଲେ ଚୋରି କରିବାରେ

କାମ କେହି କରୁ ନାହିଁ...

ଭାବୁଚେ ସଭିଏଁ ରାତି ଭିତକରେ

ବଡ଼ ଲୋକ ଯିବା ହୋଇ...


ସମସ୍ତେ ଲାଞ୍ଚୁଆ କାମ ହୁଏନି

ଲାଞ୍ଚ କିଛି ନ ଦେଇ...

ଖାଇବା ବାଲା ଅଧିକ ଏଠାରେ

କାହାକୁ କହିବ ଭଲ...


ନେତାମାନେ ଏଠି ଚଳୁ କରୁଛନ୍ତି

ଗରିବର ତଣ୍ଟି ଚିପି...

ତାଙ୍କୁ ପୁଣି ଏଠି ବିରୋଧ କରିଲେ

ପୋଲିସ୍ ମାରନ୍ତି ଲାଠି...


ରାକ୍ଷସ ସାଜିଛି ମଣିଷ ଏଠି

ନାରୀ ନୁହଁ ସୁରକ୍ଷିତ...

ରାତିରେ ଛାଡ଼ ଦିନରେ ସେ

ଘରେ ରହିବାଟା ହିତ...


ଧନୀ ଲୋକ ନିଶାରେ ବୁଲନ୍ତି

ଭୁଲ କିଛି ତାର ନୁହଁ...

ଗରିବ ଯଦି ସତ କଥା କୁହେ

ତାଙ୍କ ଠାରୁ ମାଡ଼ ଖାଏ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy