STORYMIRROR

Satyabati Swain

Inspirational

3  

Satyabati Swain

Inspirational

ସଂସାରେ ସାର

ସଂସାରେ ସାର

1 min
201

ଖୋଲିଲି ଦିନେ ମୁଁ ସ୍ମୃତି ରିମୋଟରେ

    ହୃଦୟର କାରାଗାର,

ସେଇ କାରାଗାରେ ଆଜୀବନ ବନ୍ଦୀ

    କେତେ ଚିହ୍ନା ମୁହଁ ମୋର।

 

ଆଜୀବନ ବନ୍ଦୀ ଆହୁରି କେତେବି

    ଅପରାଧ ତାଙ୍କ ଏହା,

ଗୋଟିଏ କଲେଜ ଗୋଟିଏ ଶ୍ରେଣୀରେ

    ସହପାଠୀ ଯେଣୁ ଆହା।

    

ଅନେକ ବରଷ ବୋଧହୁଏ ତିରଶ

   ଅଛନ୍ତି ଏ ହୃଦ ବନ୍ଦୀ

ବଞ୍ଚିଥିବା ଯାଏ ମୋ ଭିତରେ ଥିବେ

   ବନ୍ଧୁତାରେ ହୋଇ ଛନ୍ଦି।


କିଛି ମନେ ଅଛି କିଛିଙ୍କୁ ଭୁଲିଛି

   ସମୟର ଆଇନାରେ

ଦୂର ନିକଟ ଯେତେ ବନ୍ଧୁ ମୋର

   ବନ୍ଦୀ ସବୁ ମୋ ହୃଦରେ।


ସମ୍ପର୍କ ଦୁନିଆଁ ରେ ବନ୍ଧୁତା ବନ୍ଧନ

    ସବୁଠୁ ସଂସାରେ ସାର

ହୃଦରେ ଥାଅ ନିଃଶ୍ୱାସ ଥିବା ଯାଏ 

     ଅଛ ଯେତେ ବନ୍ଧୁ ମୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational