Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SRIKANTA PRADHAN

Classics

3  

SRIKANTA PRADHAN

Classics

ସଂସାର ଲୀଳା

ସଂସାର ଲୀଳା

1 min
918



ଅସ୍ତାଚଳେ ରବି ଗଲା ପରି ଡୁବି

ଜୀବନ ଯାଉଛି ସରି l

ଅସ୍ଥିର ଜୀବନ ଜଂଜାଳ ଜାଲେଣ

କାମ ରତେ ନିତ୍ୟ ଘାରି l


ଅଭିମାନ କେବେ ହୁଏ ଅପଭ୍ରଂଶେ

ଅତ୍ୟାନନ୍ଦ ପୁଣି ହୁଅଇ ସରସେ l

ଅଭିନବ ଛବି ମନେ ମନେ ଭାବି

ଜୀବନ ଆଶାରେ ପୁରି l


ଉତ୍ତମ ମଧ୍ୟମ ଅଧମ ପ୍ରକାର

ଅଶେଷ ଜଗତେ ପୁରିଛନ୍ତି ନର

ଅଗ୍ରଗତି କରି ବିଜ୍ଞାନକୁ ସ୍ମରି

ପୁରାଣକୁ ଛନ୍ତି ଧରି l


ଅନେକ ପଥ ସେ ଅଛଇ ବ୍ରହ୍ମାଣ୍ଡେ

ଅନେକ କହନ୍ତି ବ୍ରହ୍ମାଣ୍ଡ ଏ ପିଣ୍ଡେ

ଅବଶ୍ୟ ବ୍ରହ୍ମାଣ୍ଡ ଲାଗେ ଏହି ପିଣ୍ଡ

ଚାଖଣ୍ଡେ ଥିଲେଟି ଭରି l


ଅନ୍ଧ ବିଶ୍ୱାସରେ କିଛି ବଶବର୍ତ୍ତୀ

ଅନେକ ପୁରାଣ ଗାଥାକୁ ଭଣନ୍ତି

ଅତ୍ୟନ୍ତ ଉତ୍ତମ ବର୍ତ୍ତମାନ ସମ

ଆଉ କିଛି ନୁହେଁ ସରି l


ଦୀନ ପ୍ରେମାନନ୍ଦ ପ୍ରେମରେ ଆନନ୍ଦ

ଭବିଷ୍ୟତ ଚିନ୍ତା କରିବାରେ ମନ୍ଦ

ଆଜି ଅଛୁ କାଲି ନଥିବୁ ଜଗତେ

ସଂସାରଟା ଏହି ପରି ।


Rate this content
Log in

Similar oriya poem from Classics