STORYMIRROR

Kulamani Sarangi

Classics

3  

Kulamani Sarangi

Classics

ସଂସାର ଭିତରେ ଘର କରିଥିଲେ

ସଂସାର ଭିତରେ ଘର କରିଥିଲେ

1 min
347



(ପଲ୍ଲୀ କବିତା)


ମହାଜନ ଠୋଉଁ କରି ନୁଉନୁ *

ସନେଇ କିଣିଲା ଫେଡା ଫୁଉନୁ। &

ଧରିବ ବୋଲି ତା ଝୁଅ 'ମନ୍ଦାର',

ମନ୍ଦାର କରିଲା କେଡେ ହୁନ୍ଦର!!

ଚବିଶି ଘଣ୍ଟା ସେ ଫୁଉନୁ ଧରି,

ଟୁପୁ ଟୁପୁ ହେଲା ମନ୍ଦାର ଟେରୀ।

ଖାଇବା ପିଇବା ଭୁଲିଲା ଟୋକୀ,

ପାଠପଢା ଗଲେ ଯାତେରା ଦେଖି।

ତଳ ସାଇ ଟୋକା ନେଲା ଉଡେଇ,

ମନ୍ଦାର ନାଇଁ କି ଫୁଉନୁ ନାଇଁ ।


କାନ୍ଥ ଟିବି $ ଟିଏ ଆଣିବା ପେଇଁ,

ମାଇପ ଋଷିଲା ମୁହଁ ଫୁଲେଇ।

ଫଟଫଟିଆଟି # ପକେଇ ବନ୍ଧା,

କାନ୍ଥଟିବି ଆଣେ ସନେଇ ବନ୍ଦା।

ମାଇପକୁ ଟିବି ଘାଇଲା କଲା,

ରୋଷେଇ ହେଲାନି ଦିଦିନ ହେଲା।

କହିଲେ କହୁଚି "ତମେ ଯାଉନ,

ହୋଟେଲରୁ ଟିକେ ନେଇ ଆଉନ।"


ବୁଧେଇ ଗାଈଟି ଭାରି ଓଲେଇ,

କିଣିଥିଲା ତାକୁ ସନେଇ ଭାଇ।

ଫସଲ ଖାଇଲା ବୋଲି ରାତିରେ,

ହାଣିଲା ପାହାରେ କିଏ କାତିରେ।

ପୋକ ଧରିଲାଣି କଟା ଘାଆକୁ,

ପାଆଁଶ ଖରଚ ସେଇ ବାଟୁକୁ।


ମାହାଦେବଙ୍କଠିଁ ପଡି ଅଧିଆ,

ପୁଅ ପାଇଥିଲା ଭାଇ ସନିଆ।

ଏବେ ସେଇ ପୁଅ ପିଇ ଚାଉଳୀ @

ବେଢାରେ ପଡୁଚି ହୋଇ ବାଉଳି।

ନାମ ଜପୁଥିଲା ସେବେ ସନିଆ,

ଏବେ ପୁଅ ଜପେ ଭଉଣୀ ମାଆ।

କଅଣ ବୁଝୁଚ ବୁଝ ଏଥିରୁ,

ବୁଝି ପାରୁନି ମୁଁ ଆଳୁ କି ସାରୁ।


ତିନି ମାଙ୍କଡଙ୍କୁ ଦିଅ ଗୋଇଠା,

ସାରୁ ଖାଇଗଲେ ଜନ୍ତୁ ନିଲଠା।

କଲରା ପତର, ଫୁଲ ମନ୍ଦାର,

ମୁଣ୍ଡିଲେ ଅମୃତଭଣ୍ଡା ପତର।

ନଖାଆନ୍ତି ବୋଲି ନାହିଁ କୋଉଟା,

ଠୁଙ୍କିଦେଲେ ମୁଗ କିଆରୀ ଗୋଟା।


କ'ଣ କରିବୁ ସନା ବାପୁଡା ?

ଝୁଅ ଗଲା,ପୁଅ ହେଲା ବେଉଡା।

ମାଇପ ରସିଲା କାନ୍ଥ ଟିବିକି,

ଚାଆଲେ ସାରଥି ବାବା କତିକି।


*ନୁଉନୁ--ଲୋନ୍

& ଫେଡା ଫୁଉନୁ--ଓସାରିଆ ଫୋନ୍/ସ୍ମାର୍ଟ ଫୋନା

$କାନ୍ଥଟିବି--ୱାଲ୍ ଟିଭି।

#ଫଟଫଟିଆ--ମୋଟର ସାଇକେଲ୍

@ଚାଉଳୀ---ଚାଉଳୀ ନାମକ ଦେଶୀ ମଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics