STORYMIRROR

Rajalaxmi Tripathy

Abstract

2  

Rajalaxmi Tripathy

Abstract

ସଂପର୍କର ଏକ ମିଠା ଅନୁଭବ

ସଂପର୍କର ଏକ ମିଠା ଅନୁଭବ

1 min
216

ଏକ ମିଠା ଅନୁଭବ

ମା' ଓ ମାଟି,

ପୁଲକିତ ନିଜ ନିଜ

ପ୍ରେମ ପ୍ରାଚୁର୍ଯ୍ୟ ରେ

ମନ୍ତ୍ରମୁଗ୍ଧା ଦୁହେଁ ଗଢ଼ିବାକୁ

ଅଙ୍କୁରିତ ବୀଜର ସ୍ବଚ୍ଛତା


ମାଟିର ମାୟା ରେ

ଅବତରି ଆସେ ଅପରୂପା ମା'ଟିଏ

ମା'ତ ସୁନ୍ଦର

ମାଟି' ବି

ମାଟି ତାର ବିଶାଳ ଓ

ପ୍ରଶସ୍ଥ ହୃଦୟ ରୁ ଖଣ୍ଡେ

ସାଇତିଦିଏ ମା'ଅନ୍ତର ରେ ,

ଢ଼ାଳିଦିଏ ରୂପ, ରଙ୍ଗ, ରସ ର ସୁଗନ୍ଧ

ମା'ଚେତନା ରେ,

ମା'ହୁଏ ଧନ୍ୟା


ମା'ଗଢେ ସନ୍ତାନ କୁ

ନିରେଖି ଚାହେଁ ଦୂରକୁ

ବନସ୍ତ ର ହାତୀ କୁ

ମନ-ମାଟି ତାର ରଙ୍ଗ ବୋଳିହୁଏ

ମାଟି ବି ରଙ୍ଗେଇଯାଏ

ଫର୍ଚ୍ଚା ଦିଶେ ଆକାଶ


ମା' ମାଟି କରନ୍ତି ସଂଘର୍ଷ

ନିଜ ନିଜ ଭାଗ୍ୟ ନେଇ

ଦିନ ରାତି ବିତେ

ବଂଚିଥାନ୍ତି ଦୃଢ଼ ହୋଇ

ନଭାଙ୍ଗେ ଧୈର୍ଯ୍ୟ ବନ୍ଧ


କେବେ ପୁଣି ମାଟିର ମାୟାରେ

ଲୁଚିଯାଏ ମା'ଟିର ଛାୟା

ଅଶରିରୀ ମା' ଆଳାପ କରେ

ନିଶବ୍ଦ ରେ ମାଟି ସହ


ଉଭୟଙ୍କ ଏକାତ୍ମତା

କହିଚାଲେ ସେମାନଙ୍କ କାହାଣୀ

ଚରମ ଭଲପାଇବାର ଓ

ପୂର୍ଣ୍ଣ ଉତ୍ସର୍ଗତା ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract