ସଂପର୍କ
ସଂପର୍କ
ହରି ଙ୍କ ପୟରେ
ସଂପର୍କ ଯୋଡିଲା ହିରଣ୍ୟକଶିପୁ ପୁତ୍ର ,
ସ୍ତମ୍ଭ ରୁ ବାହାର
ହେଲେ ନାରାୟଣ ଉତ୍କଟ ବିକଟ ରୂପ
ବିଦାରଣ କଲେ
ରାକ୍ଷସର ବୁକୁ ତିକ୍ଷ୍ନ ନଖେ ନରସିଂହ ,
ସତ୍ୟରେ ଭକତ
ଈଶ୍ଵର ସଂପର୍କ ଅଟେ ବଡମହନୀୟ
ସୁନିତୀ ର ପୁତ୍ର
ଧ୍ରୁବ ଯେ ବାଳୁତ ପରାଭବେ ବିମାତାର ,
ଇନ୍ଦ୍ର ପଦେ “ଅଭି-
ଷିକ୍ତ;ହେଲେ ଯୋଡ଼ି ସଂପର୍କ ହରି ପୟର
ସଂପର୍କ ର “ସେତୁ
ବନ୍ଧ; ରାମଚନ୍ଦ୍ର ତ୍ରେତୟା ରେ ସାଗରରେ ,
ବାନ୍ଧିଲେ ସୀତାଙ୍କ
ଉଦ୍ଧାର ପାଇଁକି ବାନର, ଭଲ୍ଲୁକ ମେଳେ
ମିତ୍ରତାର ବାର୍ତ୍ତା
ପଠାଇଲେ ସୀତା କର ଆଣି ସମର୍ପଣ ,
ମରଣ ର ପଥ
ଖୋଜିଲା ଶତ୍ରୁତା ଆଚରଣେ ଦଶାନନ
ସଂପର୍କ ବନ୍ଧନ
ନହେଉ ରେ ଛିନ୍ନ ପାଞ୍ଚଖଣ୍ଡ ପଡା ପାଇଁ ,
ଦ୍ଵାପରେ ଶ୍ରୀକୃଷ୍ଣ
କୈାରବ ମନ୍ଦିରେ ଭିକ୍ଷା କରିଥିଲେ ଯାଇ
ହୀନ ଦୁର୍ଯୋଧନ
କଲା ହେୟଜ୍ଞାନ ବିନା ଯୁଦ୍ଧେ “ସୁଚି ଅଗ୍ର-
ସମାନ; ମେଦିନୀ
ମିଳିବତ ନାହିଁ, ଲଭିଲା ତା ପରାଭବ
ମଣିଷେ ମଣିଷ
ସଂପର୍କ ଏମିତି ପୁତ୍ର ,କନ୍ୟା, ମାତା, ପିତା ,
ପବିତ୍ର ବନ୍ଧନ
ବିବାହ ବେଦୀରେ ଖଞ୍ଜି ଦେଇଥାନ୍ତି ଧାତା
ଯୈ।ଥ ପରିବାର
ସଂପର୍କେ ବିଭୋର ହୋଇ ଗଢୁଥିଲେ ଘର ,
ଆଜି ସେ ସଂପର୍କ
ଯାଇଅଛି ଭାଙ୍ଗି ସଂସାର ହେଉଛି ଜୁର
ସଂପର୍କ ର ସଂଜ୍ଞା
ଅବା ଦିଗହଜା ଅସ୍ତାଚଳେ କିବା ସୂର୍ଯ୍ୟ ,
ସମ୍ବନ୍ଧ, ସଂପର୍କ
ତେଣୁ କଳଂକିତ ତୁଟି ଯାଉଛି ସଂପର୍କ
