STORYMIRROR

Mamata Priyadarshini Sahu

Abstract

3  

Mamata Priyadarshini Sahu

Abstract

ସଂପର୍କ ର ସେତୁ

ସଂପର୍କ ର ସେତୁ

1 min
320

ଗଢିଥିଲି ସଂପର୍କ ର ସେତୁ

ସ୍ନେହର ବାଲି ଆଉ ଶ୍ରଦ୍ଧା ସିମେଣ୍ଟ ର ପ୍ରଲେପରେ

ଖୁବ୍ ଶକ୍ତ ଆଉ ମଜବୁତ୍ କରି


ଦିପଟ ର ମେରୁଖୁଣ୍ଟ ବି ଥିଲେ

ଖୁବ୍ ସଜ ଆଉ ଟାଣ ଟାଣ

ନା ଥିଲା ରୁଗ୍ଣତା ନ ଥିଲା ବୈରତା


ପ୍ରେମ ର ପ୍ରଲେପରେ ଆଚ୍ଛାଦିତା

ସଦା ହର୍ଷୋଲ୍ଲାସ ରେ କଲ୍ଲୋଳିତା

ପ୍ରେମ ସଂଗୀତ ରେ ସୁସଜ୍ଜିତା


କ୍ଷୁଦ୍ର ଏକ ସଂଦେହ ର ଖାଲ

ସେତୁ କୁ କଲା ଟଳଟଳ

ଛିନ୍ନ ବିଚ୍ଛିନ୍ନ ହେଲା ସରାଗର ପୋଲ


ଅଚିରେ ହାବୁଡ଼ିଲେ କଣ୍ଟ୍ରାକ୍ଟର ଠାରୁ ୱାଡମେମ୍ବର

ସରପଞ୍ଚ, ମୁଖିଆ ଆଉ ଗାଁ ରାଉଟର

ବାଦ୍ ଗଲେଣ ଗଲେନି ବିଡିଓ ଆଉ କଲେକ୍ଟର


ସବାଶେଷେ ଦଣ୍ଡାୟମାନା କୋଟ ଲଢେଇ ରେ

ସେତୁ କଥା ମନେପଡେ ରହି ରହି ମାନସ ପଟରେ

ହାୟରେ ବିଧାତା ଏକି ହେଲା ଫଟା କପାଳରେ

ଲମ୍ବା ଏକ ପ୍ରାଚୀର ଠିଆ ପୋଲର ଉପରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mamata Priyadarshini Sahu

Similar oriya poem from Abstract