STORYMIRROR

Mamata Priyadarshini Sahu

Others

3  

Mamata Priyadarshini Sahu

Others

ପଞ୍ଚକ

ପଞ୍ଚକ

1 min
252

(ଅ)

ହିନ୍ଦୁ ଧରମରେ କାର୍ତ୍ତିକ ମାସ

ନୈଷ୍ଠିକତା ଆଣି ଦିଏ

ଲୋକେ ସବୁ ମିଳି ହରଷରେ

ଆମୀଷ ଭୋଜନ ଛାଡି

ଭକ୍ତିପୂତ ହୃଦୟରେ

ମନାସି ରହନ୍ତି 'ପଞ୍ଚକ' ବୁଡେ ।

(ଆ)

ପାଞ୍ଚ ଦିନ ଧରି ପଞ୍ଚକରେ

ସିନା କରନ୍ତି ସକାଳରେ

ଧୂପ ନୈବେଦ୍ଯରେ

ଗୃହ ମହକାଇ

ତୁଳସୀ ମୂଳରେ ଦୀପ ଜାଳନ୍ତି ।

(ଇ)

କାର୍ତ୍ତିକ ପାର୍ବଣ ବାସ୍ନା

ମନ ମହକାଏ ବିଭୁ ସତ୍ତା

ବ୍ରାହ୍ମଣ ଗୋସାଇଁ

ଘରେ ଘରେ ଆସି

ଭାଗବତ ଅଧ୍ଯୟନେ

ସଭିଙ୍କି ଉଲ୍ଲାସେ ଆଶିଷି

ମଧୁର କରନ୍ତି ଜୀବନ

ସୁନ୍ଦର ଯେ ହିନ୍ଦୁ ଧରମ ।



Rate this content
Log in