ଶୀତ ସକାଳ
ଶୀତ ସକାଳ
ଶୀତୁଆ ସକାଳ ବାଆରେ
ହାତ ଗୋଡ ଥରୁଥାଏ
ରକ୍ତ ପାଦଟି ଘାସ ଉପରେ
କୋଳ ମାରିବାଟା ହୁଏ
ଶେଯ ଛାଡିବାକୁ ଅମନା ହୋଇ
ଜନ ଜୀବନ ଶୂନ୍ୟତା ରଚେ
ରାଜରାସ୍ତାରେ
କେଇ ଜଣ ବାଟୋଇ ଭାଇ
ସେପଟେ ନିଆଁ ଜାଳି
ପୋଇଁ ହେଉଥିବା ଦେଖାଯାଏ
ଗାଁ ପଥପ୍ରାନ୍ତେ ଚାଷୀ ପୁଅ
ବିଲକୁ ଯିବାର ଦିଶେ
ରାମଭକ୍ତ କେହି ନଈ ପାଣିରେ
ଗାଧୁଆରେ ମନ ଦେଇଥାଏ
ଗୃହିଣୀ ପ୍ରଯତ୍ନଶୀଳା
ପିଲା ଛୁଆଙ୍କୁ ଶେଯରେ ଶୁଆଇ
କାମଧାମେ ସାଧ୍ୱୀ ଚଞ୍ଚଳା
ଗେରସ୍ତ ଉଠାଇ ସଅଳ
କର୍ତ୍ତବ୍ଯ ପଥରେ ଯିବାକୁ କହିଣ
ଖାଦ୍ଯ ତିଆରିରେ ବିଭୋର
ପୂରୁବ ଆକାଶେ ସୂରୁଯ
କଅଁଳ ଆଲୁଅ ବିଛାଡି
ଜୀବଜଗତକୁ ଫୁର୍ତ୍ତି କରିବାରେ
ଧୀରେ ଉପରକୁ ଉଠି ଯାଆନ୍ତି
