STORYMIRROR

Mamata Priyadarshini Sahu

Abstract

2  

Mamata Priyadarshini Sahu

Abstract

ଶୀତ ସକାଳ

ଶୀତ ସକାଳ

1 min
329

ଶୀତୁଆ ସକାଳ ବାଆରେ

ହାତ ଗୋଡ ଥରୁଥାଏ

ରକ୍ତ ପାଦଟି ଘାସ ଉପରେ

କୋଳ ମାରିବାଟା ହୁଏ


ଶେଯ ଛାଡିବାକୁ ଅମନା ହୋଇ

ଜନ ଜୀବନ ଶୂନ୍ୟତା ରଚେ

ରାଜରାସ୍ତାରେ

କେଇ ଜଣ ବାଟୋଇ ଭାଇ

ସେପଟେ ନିଆଁ ଜାଳି

ପୋଇଁ ହେଉଥିବା ଦେଖାଯାଏ


ଗାଁ ପଥପ୍ରାନ୍ତେ ଚାଷୀ ପୁଅ

ବିଲକୁ ଯିବାର ଦିଶେ

ରାମଭକ୍ତ କେହି ନଈ ପାଣିରେ

ଗାଧୁଆରେ ମନ ଦେଇଥାଏ


ଗୃହିଣୀ ପ୍ରଯତ୍ନଶୀଳା

ପିଲା ଛୁଆଙ୍କୁ ଶେଯରେ ଶୁଆଇ

କାମଧାମେ ସାଧ୍ୱୀ ଚଞ୍ଚଳା

ଗେରସ୍ତ ଉଠାଇ ସଅଳ

କର୍ତ୍ତବ୍ଯ ପଥରେ ଯିବାକୁ କହିଣ

ଖାଦ୍ଯ ତିଆରିରେ ବିଭୋର


ପୂରୁବ ଆକାଶେ ସୂରୁଯ

କଅଁଳ ଆଲୁଅ ବିଛାଡି

ଜୀବଜଗତକୁ ଫୁର୍ତ୍ତି କରିବାରେ

ଧୀରେ ଉପରକୁ ଉଠି ଯାଆନ୍ତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mamata Priyadarshini Sahu

Similar oriya poem from Abstract