ମୋ ବାପା
ମୋ ବାପା
1 min
402
( କ)
ଦୁଷ୍ଟ ହେଲାରୁ ପିଲାବେଳେ
ଅଝଟ ପଣିଆ ଦେଖି
ମା ମୋତେ ଚେତାଉ ଥିଲେ
"ତୋ 'ବାପା ଏଇ ଆସୁଛନ୍ତି " ।
( ଖ)
ଭୟରେ ହୃଦୟ ଥରିଯାଏ
ମନକୁ ଜାବୁଡି ଧରେ
ସଅଳ ମୁଣ୍ଡ କୁ କାମରେ ଲଗାଇ
ଚୁପ୍ ହୋଇ ରହିଥାଏ ।
(ଗ)
ଆଜି ଭଳି ମୋତେ ଲାଗୁଛି
ବାପା ମା ସଦା ପାଖରେ ରହି
ଆଶିଷ ଦେବାରେ ଲାଗିଛନ୍ତି ।
( ଘ )
ବୁଝୁ ନ ଥିଲି ମୁ ବାପା ଙ୍କ ସ୍ୱର
ଆଜି ସବୁ ଅଟେ ବେଦର ଗାର
ତାଙ୍କ ଆଦର୍ଶରେ ଚଳିବା ହେଲେ
ମଣିଷ ଲଭିବ ନିଜ ଆଧାର ।
(ଙ)
ଭକତି ଢାଳଇ ପଦ ଯୁଗଳେ
ବାପା ଙ୍କୁ ସ୍ମରଣ କରି
ସାଥି ରେ ମା ଙ୍କୁ ପ୍ରାପତି ନେଇ
ଜୀବନ ରଖୁଛି ଆବୋରି ।।।।
