STORYMIRROR

Mamata Priyadarshini Sahu

Others

3  

Mamata Priyadarshini Sahu

Others

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
138


ସ୍ୱାଗତ ହେ ଅଚିହ୍ନା ମଣିଷ

ତୁମକୁ ମୁଁ ଖୋଜୁଛି ବର୍ଷ ବର୍ଷ ଧରି

ମନେ ମୋର ଶାନ୍ତି ଦେବ ବୋଲି ।।


ଚତୁଃପାର୍ଶ୍ବରେ ଆଜି ହାହାକାର

ଅନ୍ଧକାର ଆଉ ଅନ୍ଧକାର

ମଣିଷ ଖେଳେ ରକ୍ତ ର ହୋଲି ।।


ସ୍ୱପ ସବୁ ହଜିଯାଏ

ଦିନ ରାତି ଲୁହ ଥାଏ

ଧଳା ଏଠି ଦିଶେ ନାଲି ।।


କାହିଁକି କେଜାଣି ନିଛାଟିଆ ଲାଗେ

ପତ୍ର ଫୁଲ ସଜାଡି

ତମ ଆସିବା ପଥେ ଅଭିସାରିକା ସାଜେ ।।


ତଥାପି ରଖିଛି ଆଶା

ଅଛି ବି ଭରସା

ତମେ ଦିନେ ଆସିବ ସହସା ।।


ଜାଣିନି ତମେ ରାମ

କି ଅବା ରହିମ୍

କିନ୍ତୁ ତବ ଆଗମନେ ପୃଥିବୀ

ପିନ୍ଧିବ ଫଗୁଣ ର ସିନ୍ଦୁର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mamata Priyadarshini Sahu